STORYMIRROR

Akshayakumar Dash

Others

3  

Akshayakumar Dash

Others

ତୋଟାଭାଗ୫

ତୋଟାଭାଗ୫

1 min
13.7K


ମନେପଡେ ଦିନେ ,ଆମ ବାଡ଼ିପଟ ,କମଳାଗଛ ର କଥା,

ପିଲାବେଳେ କଷି ,କମଳା ଛିଣ୍ଡାଇ ,ଖାଇବାକୁ ମନ ବ୍ୟଥା।

ଅଛୁଆଁ ଜାତିର ,ଲୋକକୁ ଡକେଇ, ଭଙ୍ଗା ହାଣ୍ଡି ଦେଲେ ଟାଙ୍ଗି,

ଗଛକୁ ଛୁଇଁଲେ, ଜାତି ଚାଲିଯିବ, ଜେଜେ ଦେଲେ ମନେ ଆଙ୍କି।

ଆମ ଭାଇମାନେ,ଛୁଇଁଲେନି ଗଛ ,ପଇତା ହୋଇବ ମରା,

ଗୋବରଜଳରେ, ମାର୍ଜନା କରିଲେ ,ତେବେ ଦେବ ଜାତି ଧରା।

ମାସକ ଭିତରେ, ପାଚିଲା କମଳା, ଭରିଗଲା ଗଛ ସାରା,

ସାଙ୍ଗ ସାଇ ଭାଇ ,ତୋଳିବାକୁ ଫଳ ,ଚାହୁଁଥିଲେହେଉ ପାର।।

ଟଙ୍ଗା ହୋଇଅଛି, ପ।ଣ ଖପର।ଟି, ଚୁଅନ୍ତିନି ଗଛ କେହି,

ଏକୁଟିଆ ବେଳେ, ,ଭାଙ୍ଗିଦେଲି ହାଣ୍ଡି, ଦିନେ ଅାଙ୍କୁଡ଼ିଟେ ନେଇ।

ରହିଲ।ନି ଗଛ ,ଅଛୁଆଁ ଏବେ ତ, ତୋଳିଲି କମଳା ଯେତେ,

ଗୋଟିଗୋଟି କରି, ବାଣ୍ଟିଲି ସାଂଗକୁ' ଗଣିନାହିଁ ସବୁ କେତେ।

ସାଇଭାଇ ଦେଇ ,ତୋଳିଲେ ଯେତେବି ,ସେତେ ବିଲଦିଛି ଫଳ ,

ଡାଇ ଦୋହଲୁଛି, ହୀରା କି ମୁକୁତା ,ଆମପାଇଁ ସଦା ବଳ।

ଆମେ ଏମିତିକା ,ଜାତିଟେକିଧରି ,ଫାଇଦା ମ।ରୁଛୁ ଜନେ,

ଗଛଲତ।ଅବା, ପଶୁପକ୍ଷୀକ'ର, ଜାତି ନାହିଁ ରଖ ମନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash