STORYMIRROR

Debabrata Jena

Others

3  

Debabrata Jena

Others

ତୋତେ ଦେଖିଲା ପରେ

ତୋତେ ଦେଖିଲା ପରେ

1 min
13.9K


ଶବ୍ଦ ହୃଦୟର ଭାଷା ଗଢ଼େମନ

ଅସଂଖ୍ୟ ତାରକାପୁଞ୍ଜ ସମ ଚିକ୍ ମିକ୍ କରେ

ଆଉ ଗଗନ ଵି ଅପଲକେ ଦେଖେ

ତୋତେ ଦେଖିଲା ପରେ ।।(୧)

ସିନ୍ଧୁ ତୋ ହୃଦୟର ବିଶାଳତାକୁ ମାପେ

ମଳୟ ତୋତେ ସ୍ପର୍ଶ କରିବାକୁ ପାଗଳ

ଫୁଲ ତୋ ସୌରଭରେ ଗଦ୍ ଗଦ୍ ପ୍ରାୟ

ତୋତେ ଦେଖିଲା ପରେ।।.(୨)


କୋଇଲିର ପଂଚମ ସ୍ୱର ତୋତେ ବଖାଣିବାକୁ ଉନ୍ମତ୍ତ

ଆଉ ହଳଦୀବସନ୍ତ ତୋ ରଙ୍ଗରେ ଅମୋଦିତ

ମୁଁ ତୋ ରୂପର ଅପୂର୍ବତାରେ ହଜେ

ତୋତେ ଦେଖିଲା ପରେ.।।(୩)


ଆବେଗରେ ହୃଦୟ ଝଂକୃତ ହୁଏ

ମନର ବୀଣାରେ ମେଘ ମହ୍ଲାର ରଚେ

ଜୋଛନା ପ୍ରଭାଶୁନ୍ୟ ତୋ ଲାବଣ୍ୟରେ

ତୋତେ ଦେଖିଲା ପରେ.।।(୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍