STORYMIRROR

Sunanda Mohanty

Others

3  

Sunanda Mohanty

Others

ତୋର ମନେ ଅଛି?

ତୋର ମନେ ଅଛି?

1 min
11.9K

ନିଛାଟିଆ ଖରାବେଳେ 

ସବୁବେଳେ ସବୁକାଳେ

ମନେ ଅଛି ପିଲାବେଳେ 

ସାଙ୍ଗସାଥି ପ୍ରଜାପତି କବିତାଗୀତି 

ଆଚାର ପାମ୍ପଡ଼ ଲୁଚେଇ ଖାଇବା କରାମତି 

ପୁଣି ମତେ ଧରା ପକେଇଦେଲାରେ 

କଥାଟା ସମ୍ପ୍ରତି 

ଆଜି ବି ଲେଖା ହୃଦୟର ଗୀତି 

ତା ଭିତରେ ବୋଉ ର ଚାବିମୁଠା 

ଜେଜେମା ର ବଟୁଆ ଓ 

ଆଇଙ୍କ ଅଣ୍ଟାତଳ ରୁମାଲ 

ଖୋଜିଆଣିଲେ କମ ସାବାସୀ 

ସେମିତି ଜେଜେ ବାପାଙ୍କ ଚଷମା 

ଅଜାଙ୍କ ପାନିଆ ଆଉ 

ବାପାଙ୍କ ଖବର କାଗଜ 

କେଡେ କରାମତି 

ସେଦିନ ଆଉ ଫେରିବନି ଜାଣିବି 

ମନ୍ଥନ ଓ ମନନ ରେ ପାହେ ରାତି 

ରୋମନ୍ଥନ ରେ ଧାରେ ହସ 

ଝରିଆସେ କେମିତି ଯେମିତି ସେମିତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍