STORYMIRROR

Soumya Shubhadarshinee

Others

3  

Soumya Shubhadarshinee

Others

ତୋ ଲାଗି

ତୋ ଲାଗି

1 min
150


             


ତୋ ପବନ ରେ ମୋ ଜୀବନ

       ତୋ ଜଳଧାରେ ମୋ ତୃପ୍ତି


ତୋ ବିସ୍ତୃତି ରେ ମୋ ସୃଷ୍ଟି

      ତୋ ପଣତ ରେ ମୋ ବ୍ୟାପ୍ତି


ତୋ ଜଗନ୍ନାଥ ବଡ଼ ଠାକୁର

     ସେତ ମୋ ଲାଗି ଅଭୟ ର ଚାଦର


ତୋ ଅର୍କକ୍ଷେତ୍ର ଶୋଭା ସୁନ୍ଦର

    ଦେହେ ତା ମୋ ଭାସ୍କର୍ଯ୍ୟ ର ସ୍ଵାକ୍ଷର


ତୋ ମହାପ୍ରସାଦ ରେ ଆହା ମୋ ମନ

   ଇଚ୍ଛା ସେ ବଡ଼ଦାଣ୍ଡରେ ବିତୁ ଜୀବନ


ତୋ କଟକେ ମୋର ସବୁ ନାଟକ

     ଚାଲୁ ରଖି ନିଜ ଅପୂର୍ବ ଛଟକ


ସେ ବାଲିଯାତ୍ରା , ଦଶହରା , ଦୋଳ

     ରଜ ର କେଡେ ମଜା ଦୋଳି ଖେଳ


ମା ହାତ କାକରା, ମଣ୍ଡା , ଆରିସା

      ଛୁଞ୍ଚି ପତ୍ର, ଏଣ୍ଡୁରି , ଖୀରିସା


ସବୁ ତୋ ନିଜ କଥା

          ମୁଁ ତୋ ନିଜ ବ୍ୟଥା


 ଜାଣ ଲୋ ଅନନ୍ୟା ଉତ୍କଳିକା

   ତୋ ମୂଢମତୀ ସନ୍ତାନର କଥା


ତୋ ଲାଗି କରୁ ନାହିଁ ସେ ଟିକେ ଯତ୍ନ

  ହଜେଇ ଦଉଛି ଗୋଟେ ଅମୂଲ୍ୟ ରତ୍ନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍