STORYMIRROR

Santosh Pattnayak

Others

3  

Santosh Pattnayak

Others

ତୋ'ବିନା

ତୋ'ବିନା

1 min
780


ବାତାୟନ ପାଶେ ବସିଚି ଉଦାସେ

ଭାବୁଚି ତୋହରି କଥା

ହଜିଲା ସ୍ମୃତିକି ସାଉଁଟି ସାଉଁଟି

ବଢିଚାଲେ ମନ ବ୍ୟଥା


କପାଳରେ ଥିଲା ଦେହସୁହା ହେଲା

ଆଖି ପିଏ ଓଠ ଲୁହ

ଆଉ କେତେ ଦିନ କେଜାଣି ଜୀବନ

ବେଦନା ସହିବ ଦେହ !


ଓଠେ ତୋର ହସ ଲହଡି ଭାଙ୍ଗୁଚି

ମଧୁଶଯ୍ୟା ବୋଲି ଆଜି

ବିନା ଶ୍ରାବଣରେ ଲୁହର ନୀରରେ

ଦେହ ମୋ' ଯାଉଚି ଭିଜି


ଜୀବନର ମାୟା ସରି ମୋ ଯାଇଛି

ଶରୀରଟା ଖାଲି ଅଛି

ପ୍ରତାରଣା ଯୁଇ ଆଦରି ନେଇଛି

ପ୍ରମାଗ୍ନିଟା ବାକିଅଛି


✒ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା /ଗଞ୍ଜାମ


Rate this content
Log in