STORYMIRROR

Lina Mohanty

Others

2  

Lina Mohanty

Others

ତୋ ବିନା

ତୋ ବିନା

1 min
12.7K


ତୋ ବିନା
ତୋ ବିନା କିଛି କ୍ଷଣ ବଞ୍ଚିବାର
କରିଥିଲି ଏକ ଚେଷ୍ଠା,
ହେଲେ ତୁମ ବିନା ସବୁ ଚେଷ୍ଟା
ହେଇଗଲା ମୋର ବୃଥା ।।
ନା ଜୀଇଁ ପାରିଲି ତୁମଠୁ ଦୂରରେ
ଛାଡି ମୁଁ ତୁମର ସ୍ମୃତି ,
ନିତି ଉଙ୍କିମାରେ ମାନସ ପଟରେ
ତୁମ ପାଇଁ ଅନୁଭୂତି ।।
ପୁନେଇର ଚାନ୍ଦ ଲାଗେ ଫିକା ଫିକା
ଲାଗେନି ଶୀତଳ ଜ୍ୟୋତ୍ସ୍ନା,
ବହେନି ବି ଆଉ ମଳୟ ପବନ
ଭରେ ଦାରୁଣ ଯାତନା ।।
ହୃଦୟର କଥା ହୃଦୟରେ ରହେ
ଭିଜେ ଖାଲି ଯାହା ଆଖି,
ହଜିଛ ଜୀବନୁ ଏମିତି କାହିଁକି,
ସ୍ମୃତି ଅଛି ଯାହା ବାକି ।।
ଖୁସିର ଜୁଆର ଅଧାବାଟ ଆସି
ଯାଏ ମତେ କାହିଁ ଛାଡି,
ତୋ ବିନା ଜୀବନ ଶୂନ୍ୟ ପଥ ଖାଲି
ମୃତ୍ୟୁ ଅଛି ବାକି ଖାଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍