ତୋ'ବିନା
ତୋ'ବିନା
1 min
175
~ ତୋ'ବିନା ~
ହୃଦୟ ମୋହର ନୀରବି ଯାଇଛି
ତୋର କପଟତା ପାଇଁ
ଲୁହକୁ ପିଇ ମୁଁ କେତେବା ବଞ୍ଚିବି
ଯନ୍ତ୍ରଣାକୁ ଭୁଲିଯାଇ....
ଚାପି ଦୁଃଖ ସବୁ ଅନେକ ହସିଲି
ଆଉ ପାରୁନାହିଁ ହସି
ଆଶାର ସଉଧ ଉପୁଡି ଯାଇଛି
କେମିତିବା ହେବି ଖୁସି .....
ମଉଳା ସଞ୍ଜରେ ଚାହିଁ ଆରପାରେ
ସମୟ ଯାଉଛି ବିତି
କଥାରେ କଥାରେ କଥା ରହିଗଲା
ବାଟବଣା ହେଲା ପ୍ରୀତି.....
ରାତି ଯାଏ ପାହି ସ୍ବପ୍ନ ଭରି ଦେଇ
ପାହାନ୍ତି ପ୍ରହର ଦୁଃଖ
ଆସିଲେ ବି କେହି ହୃଦୟ ଧସେଇ
ଦେଇ ପାରିବନି ସୁଖ .....
ଅସହ୍ୟ ହେଉଛି ନିରୀହ ଦେହକୁ
ନିରବ ଯନ୍ତ୍ରଣା ଯେତେ
ତଥାପି ଡାକୁଛି ଜଗତ ନାଥଙ୍କୁ
ଭଲରେ ରଖନ୍ତୁ ତୋତେ .....
