ତୋ'ବିନା
ତୋ'ବିନା
1 min
254
ଆଶାର ସପନେ ଅବୁଝା ତୋ ଭାଷା
ଭରୁଛି ହୃଦେ ବେଦନା
ତୁଟିଲାଣି ଆଶା ଅଦୃଷ୍ଟ ଭରସା
ମନହୁଏ ଆନମନା .....
ହୃଦୟ କାନ୍ଦୁଛି ସମୟ କୋଳରେ
ଅତୀତକୁ ଝୁରି ଝୁରି
ଆଖିପତା ଦୁଇ ବତୁରି ଯାଉଛି
ଝାଟିମାଟି କାନ୍ଥପରି.....
ସ୍ମୃତି ସାଗରରୁ ସୁନାମୀ ଆସୁଛି
ତଥାପି ଚିତ୍ତେ ମୋ ତୃଷ୍ଣା
ବିରହର ବହ୍ନି ପ୍ରଜ୍ଜ୍ଵଳିତ ମନେ
ତଥାପି ଜୀଇଁବା ନିଶା ......
ଶେଷକଥା ଟିକ ସ୍ବିକାରିଛି ସିନା
ପ୍ରେମକୁ କରିନି ଇତି
କ୍ଷରିତ ହେଲାଣି ଦିନୁ ଦିନ ତନୁ
ଭ୍ରମିତ ମୋ ମତିଗତି.....
