STORYMIRROR

Santosh Pattnayak

Others

3  

Santosh Pattnayak

Others

ତୋ'ବିନା

ତୋ'ବିନା

1 min
26.6K


ଶାରଦୀ ଶରତେ ମାଆ ସିନା ହସେ

ପାର୍ବଣ ସମ୍ଭାରେ ମଜ୍ଜି,

ତୋ'ବିନୁ ହଜିଛି ମୋ'ସୁଖ ସମ୍ଭାର

ମନ ଆନମନା ଆଜି....


ଜୀବନ ଫସିଛି ଚକାଭଉଁରୀରେ

ସଂଘର୍ଷ ହୋଇଛି ବ୍ରତ

ନିଦାଘେ ସିଜୁଛି ମନ ଯଉବନ

ହୃଦୟଟା ଆନ୍ଦୋଳିତ....


ସଞ୍ଜ ଯେବେ ଆସି ବଖାଣଇ ବସି

ଶରତର ହାବଭାବ

ଭିଜିଲା ନୟନେ ଦୃଶ୍ୟମାନ ହୁଏ

ତୋର ସେଇ ସଜବାଜ....


ପୂଜା ମଣ୍ଡପରୁ ଶଙ୍ଖ ଧ୍ବନି ଶୁଭେ

ଦୁର୍ଗା ଆବାହନୀ କରି

ଆନ୍ଦୋଳିତ ମନ ତୋ'ସୁଖ ମନାସେ

ମାତା ପଦ ସ୍ମରି ସ୍ମରି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍