STORYMIRROR

Santosh Pattnayak

Others

3  

Santosh Pattnayak

Others

ତୋ'ବିନା

ତୋ'ବିନା

1 min
363



ଗୋଧୂଳି ବେଳାରେ ବିହଙ୍ଗ ଫେରନ୍ତେ

ଅଳସୀ ସଞ୍ଜକୁ ଛୁଇଁ

ତୁମେ ଆସୁଥିଲ ସ୍ମିତହାସ୍ୟ ଓଠେ

ହାତେ ସଞ୍ଜବତୀ ନେଇ


ସେଇ ସ୍ମୃତି ଆଜି କଡ ଲେଉଟାଏ

ବିଳମ୍ବିତ ଯୌବନରେ

ତିକ୍ତ ପୁରୁଷତ୍ବ ଦରାଣ୍ଡୁଛି ପ୍ରୀତି

ସାଥୀ ଶୂନ୍ୟ ପରିଧିରେ


ପ୍ରତ୍ୟୁଷରୁ ସଞ୍ଜ ସଦା ଦହଗଞ୍ଜ

ଯେ'ହେତୁ ଉପାୟ ଶୂନ୍ୟ

କପାଳ'ତ ଫଟା ଏଇ ଜୀବନଟା

ବିଷାଦ ବେଦନା ପୂର୍ଣ୍ଣ


ଅତି ଭଲ ପାଇବାର ଫଳ ବୋଧେ

ଦଇବ ଖଞ୍ଜିଲା ଦୁଃଖ

ଲୁହ ଚିରସାଥି ବିରହେ ଜଳୁଛି

ଶପ୍ତ ପାଲଟିଛି ସୁଖ....


ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍, ତିରିଡା /ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍