STORYMIRROR

Santosh Pattnayak

Others

2.0  

Santosh Pattnayak

Others

ତୋ ବିନା

ତୋ ବିନା

1 min
438



ପ୍ରତ୍ୟୁଷରୁ ସଞ୍ଜ ସଦା ଦହଗଞ୍ଜ

ଯେ ହେତୁ ଉପାୟ ଶୂନ୍ୟ

କପାଳତ ଫଟା ଏଇ ଜୀବନଟା

ବିଷାଦେ ବେଦନା ପୂର୍ଣ୍ଣ


ହୃଦୟ କାନ୍ଦୁଛି ସମୟ କୋଳରେ

ଅତୀତକୁ ଝୁରି ଝୁରି

ଆଖିପତା ଦୁଇ ବତୁରି ଯାଉଛି

ଝାଟିମାଟି କାନ୍ଥପରି


ସ୍ମୃତି ସାଗରରୁ ସୁନାମୀ ଆସୁଛି

ତଥାପି ଚିତ୍ତେ ମୋ ତୃଷ୍ଣା

ବିରହର ବହ୍ନି ପ୍ରଜ୍ଜ୍ଵଳିତ ମନେ

ତଥାପି ଜୀଇଁବା ନିଶା


ଶେଷକଥା ଟିକ ସ୍ବିକାରିଛି ସିନା

ପ୍ରେମକୁ କରିନି ଇତି

କ୍ଷରିତ ହେଲାଣି ଦିନୁ ଦିନ ତନୁ

ଭ୍ରମିତ ମୋ ମତିଗତି


✒ସନ୍ତୋଷ ପଟ୍ଟନାୟକ , ବେଗୁନିଆପଡା ବ୍ଳକ୍ , ତିରିଡା /ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍