STORYMIRROR

Santosh Pattnayak

Others

3  

Santosh Pattnayak

Others

ତୋ' ବିନା - 2

ତୋ' ବିନା - 2

1 min
494



ଶରଦ ଶ୍ରୀହୀନ ବସନ୍ତ ବିଦୀର୍ଣ୍ଣ

ଶୁଖିଲାଣି ସୁଖ ମୋହ

ଜୀବନ ବାଟିକା ଲାଗେ ମରୀଚିକା

ବିଦଗ୍ଧି ହୃଦୟେ କୋହ....


ଯୌବନ ଭ୍ରମୁଛି ସ୍ମୃତିନଦୀ ତୀରେ

ଖୋଜି ଖୋଜି ମଧୁଗୀତି

ସାତ ସପନ ସେ ମୃଦୁ ଚୁମ୍ବନଟା

ବିରହ ଖୋଜଇ ରତି....


ମନ ମନ୍ତ୍ରଣାରେ ବିବେକ ବିବଶ

ବିଗତ ସ୍ମୃତିକୁ ଝୁରି

ବାଧ୍ୟ ବାଧ୍ୟତାରେ ଜୀଉଁଛି ଜୀବନ

ଜୀଅନ୍ତା ଶବଟେ ପରି....


ଜୀବନଟା ଏଠି ତମସା ଆଚ୍ଛନ୍ନ

କାଳବୈଶାଖିର ଭୀତି

କି' ସରାଗେ ଆଉ ଖୋଜିବି ପୁନେଇଁ

ଜହ୍ନ ଜୋଛନାର ରାତି.....


{ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍, ତିରିଡା /ଗଞ୍ଜାମ }


Rate this content
Log in