ତନୁଶ୍ରୀ
ତନୁଶ୍ରୀ
ତନୁଶ୍ରୀ କଂଗନା ଭଳି ସବଳା,
ଅବଳା ପରି ମାଗନ୍ତି ନ୍ୟାୟ ଯେ ଦେଶର
ଯେ ଦେଶରେ ନାରୀଟିକୁ କେବଳ
ଭୋଗ୍ୟବସ୍ତୁ ରୂପେ ବିଚାରେ ନର।
ନିଜ ଗାଁ ସାହି ପରିବାରରେ ବି ନାରୀର
ସ୍ବଛନ୍ଦରେ ରହିବାର ନାହିଁ ଅଧିକାର,
ସେ ଦେଶରେ ନାରୀଟିଏ ହୋଇ ଜନମ ମୋର।
ଯେ ଦେଶରେ ନାରା ତ ଅନେକ ନାରୀ ସପକ୍ଷର
କେବଳ ଶବ୍ଦାବଳୀ ଖୋଜି ରଚନ୍ତି
ଅନେକ ସ୍ଲୋଗାନ ଆଉ ପଦ୍ୟର
କିନ୍ତୁ ପାଷାଣ୍ଡ ପୁରୁଷ* ମନେ *ପାଶବିକ କ୍ଷୁଧା ଜନ୍ମ ଜନ୍ମର
ଧିକ୍ ସେ ପୁରୁଷ ଏବଂ ତାର ପୁରୁଷାର୍ଥ କରି ପାରେନି ଯେ
ସନମାନ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ଏବଂ ମା କାଳୀଙ୍କର
ସେ ଦେଶରେ ନାରୀଟିଏ ହୋଇ ଜନମ ମୋର।
ଯେ ଦେଶରେ ଏଫ ଆଇ ଆର ଗ୍ରହଣ ଆଗରୁ
ହୋଇଯାଇଥାଏ କାଉଣ୍ଟର ଏଫ ଆଇ ଆର
ଏଫ ଆଇ ଆର ଦେବା ଆଗରୁ
ଧମକ୍ ଆସିଯାଏ ଗୁଣ୍ଡା ନେତା ଡନ ମାଫିଆର
ପୁଲିସ୍ ଘରକୁ ପଠା ସରିଥାଏ
ଟଙ୍କାବିଡା କିମ୍ବା ଆଖି ଦୃଶିଆ ଅନେକ ଉପହାର,
ସେ ଦେଶରେ ନାରୀଟିଏ ହୋଇ ଜନମ ମୋର ।
ଅତ୍ୟାଚାରୀକୁ ସମର୍ଥନ ଦେଇଥାନ୍ତି
କିଛି ନାରୀନେତ୍ରୀ ଆମରି ଶ୍ରେଣୀର
ଯେଉଁଠି ଆତ୍ମା ଖିନ୍ ବିନ୍ ହୋଇ
ରାହା ପାଏନି ସବୁ ତନୁଶ୍ରୀ କଂଗନାର
ଥରହର ବସୁନ୍ଧରା ଏଠି
ଅବଳା ଦୁର୍ବଳା , କେହି ନୁହେଁ କାହାର,
ସେ ଦେଶରେ ନାରୀଟିଏ ହୋଇ ଜନମ ମୋର ।
ସବୁସ୍ତରର ନରତ ପାଣି ପିଅନ୍ତି ଏକ ତୁଠର
କେ ଆଗକୁ ଆସିବ, କଣ କରିବ
ସମସ୍ତେ ତ ଆରୋହୀ ଏକ ନାଆର।
ନାରୀ ସଶକ୍ତିକରଣ କେବଳ ଏକ ନାରା
ଯାହା ନାମକୁ ମାତର,
କେତେଦିନ ଏପରି ଚାଲିବ ହେ କଳାଠାକୁର,
ପାଂଚାଳିକୁ ରକ୍ଷା କରିଥିଲ ଦେଇ କୋଟି ବସ୍ତର
ଆଜି ଏଠି ସବୁ ପାଂଚାଳୀ ଅସୁରକ୍ଷିତ,
ଖିନ୍ ବିନ୍ ଆତ୍ମା ରାହାସାହା ନ ପାଇ ଥରହର
ସେ ଦେଶରେ ନାରୀଟିଏ ହୋଇ ଜନମ ମୋର।
ସବୁ ବାହାବା ନେବାର କଳାତ
ତୁମକୁ ଜଣା ହେ କଳା ଠାକୁର,
ନଚେତ୍ ପାଂଚାଳୀକୁ କୋଟିବସ୍ର୍ତ ପରିବର୍ତ୍ତେ
ଦେଇଥାନ୍ତ ଶକ୍ତି ଅପାର
ଯାହାର ତେଜରେ ଥରିଥାନ୍ତେ କୌରବ
ଧ୍ବଂସ-ବିଧ୍ବସଂ ହୋଇଥାନ୍ତା ସେ ହସ୍ତିନାପୁର
ତେଣୁ ପାଂଚାଳୀ ପରି କୋଟିବସ୍ର୍ତ
ଦରକାର ନାହିଁ ହେ ସାଇଁ କଳାଠାକୁର
ଦରକାର କେବଳ ଦୁର୍ଗାମାଙ୍କ ପରି ବଳ ଓ କୌଶଳର
ନିପାତ କରିବାକୁ ଚଣ୍ଡ ,ମୁଣ୍ଡ ,ମହିଁଷା ଅନେକ ରକ୍ତବୀର୍ଯ୍ୟର
ପୁଣି ଦରକାର ପୁରୁଷର ପରିବର୍ତ୍ତନ
ନାରୀପ୍ରତି ଥିବା ମାନସିକତା ଓ ଦୃଷ୍ଟିକୋଣର
ଯା ଦେଇ ସୁରକ୍ଷିତ ରହିବେ
ତନୁଶ୍ରୀ କଂଗନା ଏ ଦେଶର,
ସେ ଦେଶରେ ନାରୀଟିଏ ହୋଇ ଜନମ ମୋର।
