ତମେ
ତମେ
1 min
277
ହୁଏତ ମଶାଣୀ ଫୁଲ
ଅଥବା ତୁଠ ପଥର
ଅବା ଶିଉଳୀ ଭରା ଘାସ ଫୁଲ
ନହେଲେ କଣ୍ଟାଘାସ ଫୁଲ ବଣ ଜଙ୍ଗଲ
ତଥାପି କିଏ କହେ ଯେବେ
ମତେ ତମେ ତମେ ବୋଲି
ମୁଁ ଦେଖେ ତମକୁ କଳାବଦନ
ତମେ ସୃଷ୍ଟିକର୍ତ୍ତା ମୁଁ ଚମତ୍କୃତ
ଦେଖି ତୁମ ବିଶ୍ଵଭୂବନ ସାର୍ଥକ ନୟନ
ତମେ ତ ବିଶ୍ୱମୟ ସବୁଆଡେ ତୁମେ
କାରିଗର ବିନ୍ଧାଣୀ ସାରସ୍ୱତ ସମାହାରେ
ସମାରୋହ ଖାଲି ବସ୍ତୁ ସମୂହ ଫୁଲ
ଅକାଳରେ ଜହରିଯିବାକୁ ଦିଅନା କର ସମତୁଲ l
