STORYMIRROR

Sarada Parida

Others

2  

Sarada Parida

Others

ତମେ ଆଉ ମୁଁ-2

ତମେ ଆଉ ମୁଁ-2

1 min
13.9K


ଗଢିପାରିବିନି ତୁମ ପାଇଁ ସଖୀ

ପ୍ରେମରେ ସଉଧଟିଏ

ଆଣି ପାରିବିନି ତୁମ ପାଇଁ ସାଥୀ

ମେଘରୁ ବଉଦଟିଏ

ଫୁଟିବେନି ଫୁଲ ଉପବନେ କେବେ

(ମୁଁ) ଚାହିଁଲେ ବି ତୁମ ପାଇଁ

ଶୀତଳ ସମୀର ଝରକା ଫାଙ୍କରୁ

ପାରିବିନି ଚାହିଁ ଦେଇ

ପାରିବିନି ଦେଇ ଈପ୍ସିତ ସୁଖ

ପାଦ ତଳେ ସଖୀ ତୋର

ନେବୁ ଯଦି ନେ ଦେଲି ମୁଁ ବିଛେଇ

ତୋ ପାଇଁ ଏ ମନ ମୋର । 

#ଚେନାଏ କବିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍