STORYMIRROR

Maheswar sahoo

Others

3  

Maheswar sahoo

Others

ତିନି ବିପଦ

ତିନି ବିପଦ

1 min
130

ଜୀବନ ପଥରେ  ପଥିକ ଆମେରେ

   ପାଣି ଫୋଟକାର ଜୀବନ:

ପାଦ ପାଦକୁରେ   ବିପଦ ଆମରି

    ଏଜିବନ ମୂଲ୍ୟ ହୀନ::


ଜନ୍ମ ମୃତ୍ୟୁ ବର୍ଷା   ବିଧିର ବିଧାନ

    ନକରି ପାରେକେ ଆନ:

ହୃଦୟ ସ୍ପନ୍ଦନ,  ଥିବା ଯାଏ ଲୋଭ

     ଶରୀରରେ ଥାଏ ମନ::


ସଫଳତା ଅଟେ  ସତ୍ୟର ମାଧ୍ୟମ

     ଦୀକ୍ଷା ନିଷ୍ଠା ସହିଷ୍ଣୁତା:

ପରୋପକାରରେ ଜୀବନର ଧନ୍ୟ

     ସମ୍ମାନରୁ ସଫଳତା::


ଜୀବନରେ ଯଦି  ତିନୋଟି ବିପଦୁ

     ନିଜକୁ ଦୂରେ ରଖିବା:

ଜୀବନ ଲକ୍ଷକୁ,   କରିବା ପୁରଣ

    ଉଠାଇ ମୁଣ୍ଡ ଚାଲିବା::


ମଦ୍ୟ ନାରୀ ଲୋଭ,ଏହି ତିନିଗୋଟି

     ବଡ଼ ଶତ୍ରୁ ମାନବକୁ:

ଦୁରେଇ ରହିଲେ  ମଦ୍ୟ ପାନଠାରୁ

     ରାହେନି ଶତ୍ରୁ ନିଜକୁ::


ଅତିଲୋଭେ ହତ ହୋଇଥିଲା ଲଙ୍କା

    ନକରହେ ତୁମେ ଲୋଭ:

ନାରୀ ନାରାୟଣୀ ମାଆ ଠୁଁ ଭଉଣୀ

    ନାରୀ ସମ୍ମାନରେ ଶୁଭ::



ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)


Rate this content
Log in