STORYMIRROR

Sunanda Mohanty

Others

3  

Sunanda Mohanty

Others

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
175

କର୍ତ୍ତବ୍ୟ କର୍ମ ସାରୁ ସାରୁ 

ଆଖି କି ଦିଶେ ନାହିଁ 

କାନକୁ ଶୁଭେ ନାହିଁ 

ଦାନ୍ତ ଵି ଝଡ଼ିଯାଏ 

ଚୁଟି ଵି ଉପୁଡି ପଡେ 

ଏକଦମ ଥୁଣ୍ଟାଗଛଟିଏ 

ଗଛ ଥୁଣ୍ଟା ହୁଏ ହେଲେ 

ପତ୍ର କଅଁଳି ଯାଏ 

ସବୁଜିମା ଫେରିଆସେ 

ଫୁଲ ଫଳ ଚଢେଇଙ୍କ 

କଳରବ ଲାଗିରହେ 

ଏତିକି ପାର୍ଥକ୍ୟ ଗଛ ଥୁଣ୍ଟା 

ହୋଇ ପୁଣି ଜୀଇଁଯାଏ 

ମଣିଷ ଥୁଣ୍ଟା ହେଲେ ମଶାଣୀ 

ଅବା ସ୍ୱର୍ଗଦ୍ୱାର ଯାଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍