STORYMIRROR

Debabrata Jena

Others Tragedy

2  

Debabrata Jena

Others Tragedy

ଥୁଣ୍ଟା

ଥୁଣ୍ଟା

1 min
3.3K


ଥୁଣ୍ଟା ଗଛଟିଏ,

କେଉଁ ଆବହମାନ କାଳରୁ ଦଣ୍ଡାୟମାନ,

ମୂକସାକ୍ଷୀ ସାଜିଛି ପୁରୁଷ ପୁରୁଷ ଧରି ,

ବିଲୟ ଆଉ ସୃଷ୍ଟି ହୋଇଥିବା କେତେ ସଂପର୍କକୁ,

ଏବେ ପରିଣତ ଅବସ୍ଥାରେ ସେ ନିଃସ୍ୱ ,ଏକାକୀ ଓ ଅଲୋଡ଼ା,

ସେ ବି ଯୁବକ ଥିଲା...l

ଅବୟବରେ କେତେ ପକ୍ଷୀର ବସା

ଆଉ କିଚିରି ମିଚିରି କଳେରବରେ ପାଉଥିଲା କେତେ ଶାନ୍ତି!!!

ରୋୖଦ୍ରରେ ଶିଶୁ ,ଯୁବକ, ସ୍ଥବିର ପାଇଁ ସାଜିଥିଲା ସୁଶୀତଳ ଛାୟା l

ଜୀବନ ଯାକ ଜାଳେଣି ,ଅମ୍ଳଜାନ ,ଫଳମୂଳ ସବୁକିଛି , ଦେଇଖୁସିରେ ଯୌବନକୁ ଉପଭୋଗ କରୁଥିଲା,

ଆଉ ଆଜି ...ସେ ଭାରାକ୍ରାନ୍ତ,

ରଜରେ ତାସ ,ଦୋଳି ଖେଳ ଵି ଆଜି ତା କୋଳ ପାଇଁ ସାତ ସପନ,

ବୟସର ସାୟାହ୍ନରେ ଅଲୋଡ଼ା ,ଅପ୍ରିୟ ଆଉ ଥୁଣ୍ଟା.....,

ସମସ୍ତଙ୍କ ପରି ସେ ବି ସମୟ ଆଉ ପରିସ୍ଥିତିର ଦାସ l


Rate this content
Log in