STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
272


ମୁଁ ଗୋଟେ ଥୁଣ୍ଟା ଗଛ ମୁଁ ଗୋଟେ ଥୁଣ୍ଟା ଗଛ

ପରିଚୟ ମୋର ହଜି ଯାଇଅଛି ହଜିଛି ମୋର ଅତୀତ

ନାହିଁ ଫୁଲ ଫଳ ନାହିଁ କଳରବ ଶୁଭେନି ପକ୍ଷୀଙ୍କ ଗୀତ

ମୁଁ ଗୋଟେ ଥୁଣ୍ଟା ଗଛ… ।।


ନାହିଁ ଛାୟା କାୟା ଶୁଷ୍କ ସୁଷମା, ଦିନେ ଥିଲା ପ୍ରାଣବନ୍ତ

ବିତରିଛି କେତେ ଫଳ ପୁଷ୍ପ ଛାୟା, ଭୁଲିଛି ମୁଁ ସେ ଅତୀତ

ମୁଁ ଗୋଟେ ଥୁଣ୍ଟା ଗଛ… ।।


ମୋ ଡାଳେ ସେଦିନେ ଗାଈଆଳ ପୁଅ ବଇଁଶୀର ସୁର ଛନ୍ଦ

ଶୁଣିଛି ଦେଖିଛି ସେ ମଧୁର ତାନ (ଆଜି) ହଜିଛି ମୋର ଅତୀତ

ମୁଁ ଗୋଟେ ଥୁଣ୍ଟା ଗଛ… ।।


ପତ୍ର ଗହଳରେ ପକ୍ଷୀ ପକ୍ଷିଣୀର ପ୍ରିୟ ଏକାନ୍ତ ମୁହୂର୍ତ୍ତ

ଦେଖିଛି ପକ୍ଷୀର ଶାବକ, ଶୁଣିଛି (ତା) କଚିରି ମିଚିରି ଗୀତ

ମୁଁ ଗୋଟେ ଥୁଣ୍ଟା ଗଛ…।।


ଥୁଣ୍ଟା ଶୁଷ୍କ ତରୁ ହେଲେ ବି ସମାଜେ କରେ ସାମାଜିକ ହିତ

ବୃକ୍ଷ ଜନମ ମୋ ସମାଜ ସେବାରେ ରହିଛି ଚିର ଜାଗ୍ରତ

ମୁଁ ଗୋଟେ ଥୁଣ୍ଟା ଗଛ… ।।


ଥୁଣ୍ଟା ଡାଳେ ରଞ୍ଜା ବାଡି ବଗିଚାର କରେ ପରା ସୁରକ୍ଷିତ

ଶୁଷ୍କ କାଠପଟା ନେଇ କର ତୁମେ ଘର ଆସବାବ ପତ୍ର

ମୁଁ ଗୋଟେ ଥୁଣ୍ଟା ଗଛ… ।।


ମୋ ଶୁଷ୍କ କାଠକୁ ଇନ୍ଧନ କରିଛ ଖାଦ୍ୟ ରନ୍ଧନ କରିଛ 

ଜୀବନେ ମରଣେ ସମାଜ କାରଣେ (ମୋ) ଜୀବନ ଉତ୍ସର୍ଗୀକୃତ

ମୁଁ ଗୋଟେ ଥୁଣ୍ଟା ଗଛ… ।। 















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍