STORYMIRROR

Santosh Pattnayak

Others

3  

Santosh Pattnayak

Others

ତାରା

ତାରା

1 min
194


ଆଶ୍ବିନ ଆକାଶେ ଜହ୍ନ ଝଲସିବ 

  ମିଞ୍ଜି ମିଞ୍ଜି ତାରା ସହ

ମୋ'ମନ ଆକାଶେ ଉଆଁସ ଭରିଛି

   ପୁଞ୍ଜିଭୁତ ସ୍ମୃତି ସହ....


ପ୍ରବାସ ଜୀବନେ ବ୍ୟକୁଳିତ ମନେ 

  ପ୍ରେମ ପରିଭାଷା ଖଞ୍ଜି

ଜହ୍ନ କଇଁ ପରି ପ୍ରେମକୁ ଆଦରି

  ଦେଖୁଛି ପବିତ୍ର ପାଞ୍ଜି....


ମନ ମଞ୍ଜୁଷାକୁ ଆକଟି ରଖିଛି 

  ହୃଦୟେ ଯନ୍ତ୍ରଣା ଗେଞ୍ଜି 

ନୟନେ ମାଖିଛି ଆଶା ଅଞ୍ଜନକୁ 

  ଛାତିଟାରେ ପ୍ରେମମଞ୍ଜି....


କରମ ଜଞ୍ଜାଳ ଜାଳିବ ହୃଦୟ 

  ନିରବୀ ରହିବ ମନ

ଅଭୁଲା ସ୍ମୃତିକୁ ସଞ୍ଜ ପରଶିବ 

  ତାତ୍ସଲ୍ୟ କରିବ ଜହ୍ନ....


ଜହ୍ନ ରୋଷଣୀରେ ରାତି ବି ଜଳିବ 

  ହୃଦୟେ ଲାଗିବ ନିଆଁ 

ଭାରାକ୍ରାନ୍ତ ମନ ସମୀକ୍ଷା କରିବ

  ସଂସାରର ମୋହମାୟା....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍