STORYMIRROR

Santosh Pattnayak

Others

4  

Santosh Pattnayak

Others

ତାରା

ତାରା

1 min
154

ଜୀବନଟା କେବେ ଶୀତ ସକାଳର

    ଚମକ କାକର ବୁନ୍ଦା 

କେବେ ପୁଣି ସିଏ ଗ୍ରୀଷ୍ମର ଅନଳ 

    ହୂତାସନ ଦୀପ ଶିଖା 


କେବେ ଏ ଜୀବନ ଅଦିନିଆ ଝଡ଼

     ପାନ୍ଥ ଶାଳା ଜହ୍ନ ରାତି

ପୁଣି କେବେ ସାଜେ ବୀରହି ଆଖିର

     ସାଉଁଟା ସପନ ସ୍ମୃତି ,


କେବେ ଏ ଜୀବନ ଅଛିଣ୍ଡା ଗଣିତ

    ନଦୀର ନିରବ ଧାରା

କେତେବେଳେ ପୁଣି ପୁନେଇଁ ଆକାଶ

    ଜ୍ୟୋତ୍ସ୍ନା ଭରା ଜହ୍ନ ତାରା 


ଜୀବନ ନୁହଁଇ ଫୁଲ ଶେଯ ଜମା

    ନୁହେଁ ବି ସେ' କଣ୍ଟା ଭରା 

ଜୀବନ ଅଟଇ ଶୂନ୍ଯ ଆକାଶର

     ଝଲମଲ ଏକ ତାରା  


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍