STORYMIRROR

Kadambari Mohakhud

Children Stories Children

3  

Kadambari Mohakhud

Children Stories Children

“ ତାରା “ ( କାଦମ୍ବରୀ ମହାଖୁଡ଼ )

“ ତାରା “ ( କାଦମ୍ବରୀ ମହାଖୁଡ଼ )

1 min
252


କଳା ଆକାଶେ ତୁ

ଚିକିମିକି ଚୁମୁକି ,

ହୋଉ ଅବା ଅମାବାସ୍ୟା ରାତି

ତୁ ନୀତି ଆସୁ ଝଟକି ||


ଛୋଟ ଛୋଟ ଚିକିମିକି

ନଥାଏ ଧାରାରେ ତୋ ଜ୍ୟୋତ୍ସ୍ନା ,

ତଥାପି ଫୁଟୁଛି ନୀତି

ଆକାଶେ ତୋ ବାସ୍ନା ||


ଲୁଚକାଳି ଖେଳ ତୋର

ସୂର୍ଯ୍ୟର ପ୍ରଖରେ ,

ରାତିରେ ତୁ ଫେରିଆସୁ

ଚନ୍ଦ୍ର ପ୍ରମୁଖରେ ||


ଗଣନାରେ ପ୍ରମୁଖ ତୁ

ଜ୍ୟୋତିର୍ବିଜ୍ଞାନରେ ,

କେବେ ତୋର ଚିତ୍ର ଆଙ୍କୁ

ଜ୍ୟାମିତି ଖାତାରେ ||


କେବେ ଆସୁ ଅଧା ଚାନ୍ଦେ

ଚନ୍ଦ୍ରବିନ୍ଦୁ ହୋଇ ,

ଈର୍ଷାରେ ଋଷୁଛି ସତେ

ନୀଳ ପଦ୍ମ କାଇଁ ||


ଆକାଶର ଫୁସଫୁସ ତୁ

ବଡ ଦେଉଳ ପାରା ,

ପ୍ରକୃତି ର ଉଲ୍ଲାସ ତୁ 

ଚନ୍ଦ୍ରମାର ତାରା ||

   " ତୁ ତାରା " .....


Rate this content
Log in