STORYMIRROR

Pratima Das

Others

3  

Pratima Das

Others

ସ୍ୟାହୀ କାଗଜ ଆତ୍ମା

ସ୍ୟାହୀ କାଗଜ ଆତ୍ମା

1 min
224

କନ୍ଦଳ ଲଗାଇ ବୋଉ ସାଥେ,

ବଡ ସ୍ୟାହୀ ଘଡ଼ି କିଣିଥିଲି,

ଡ୍ରପର ଦେହରେ ପୁରାଇ ତାହାକୁ କଲମରେ ମୁଁ ଭରୁଥିଲି,

କଲମ ଚାଲଇ ସାଇଁ ସାଇଁ ,

ମଝିରେ ମଝିରେ ଖୋଲି ଦେଖୁଥିବି,

ସ୍ୟାହୀ ପହଞ୍ଚିଲା କେଉଁ ଠାଇଁ।

ରିମକାଗଜ ଥାକ ଥାକ,

ଭଙ୍ଗା ହୋଇକରି ସିଲାଇ ହୁଏ ,

ଅଙ୍କ ଖାତା ଆଉ ମାନସାଙ୍କ,

କି! ପ୍ରେମ ଥିଲା ରେ ତୋ ସାଥେ ,

ମୋ ଦୁଆତ ,ଖାତା, କଲମ ଯେ ଲାଗେ,

କ୍ରୋଧର ଶିକାର ହୁଏ ଆଗେ।

କେବେ କେଜାଣି ମୁଁ ବଡ ହେଲି,

ମୋ ସ୍ୟାହୀ ଦୁଆତ,କାଗଜ,କଲମ

ଚାଲିଗଲେ ମୋତେ ପିଠିକରି,

ଡଟପେନ ଧରି ରାମ୍ପୁଅଛି ଏବେ,

ସ୍ୟାହୀ, କାଗଜ, କଲମ ଥିଲ ତୁମେ

ମୋ ଆତ୍ମାର ଅଂଶ ପରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍