ସୂର୍ଯ୍ୟ
ସୂର୍ଯ୍ୟ
1 min
174
ସକଳ ଶକ୍ତିର ଆଧାର
ଅଟେଯେ ସୁରୁଜ
ଅମା ଦୂରକରେ ଢାଳେ
ଆଲୋକ ମୁରୁଜ।
ଜୀବଜନ୍ତୁ,ବୃକ୍ଷରାଜି,
ମାନବ ସଭିଁଙ୍କର
ଆବଶ୍ୟକ ସୌରଶକ୍ତି
ନିତି ଯେ ନିରନ୍ତର।
ସବୁତାଙ୍କ ଯୋଗୁଁ ଦିନ
ପରେ ରାତି ହୁଅଇ
ଋତୁଚକ୍ର ନିୟମିତ
ଭାବେ କାର୍ଯ୍ୟ କରଇ।
ତପତିଙ୍କ ପାଇଁ ଜଳ
ବାଷ୍ପିଭୂତ ହୁଅଇ
ଜଳବିନ୍ଦୁରେ ବଦଳି
ବର୍ଷା ରୂପେ ଝରଇ।
ସୌରଜଗତର କେନ୍ଦ୍ର
ପ୍ରଭାକର ସେ ଭାନୁ
ହିମ ଶୀତଳ ହୁଅଇ
ଧରଣୀ ଯେ ତା ବିନୁ।
ଦିବାକର ବିନା ଜୀବନ
ଯାପନ କଠିନ
ଜ୍ଜ୍ବୋତିର୍ମୟ ସୁରୁଜଙ୍କୁ
କରେମୁହିଁ ନମନ।
