STORYMIRROR

Minakshi Samal

Others

3  

Minakshi Samal

Others

ସୂର୍ଯ୍ୟ

ସୂର୍ଯ୍ୟ

1 min
172

ସକଳ ଶକ୍ତିର ଆଧାର 

              ଅଟେଯେ ସୁରୁଜ

ଅମା ଦୂରକରେ ଢାଳେ 

              ଆଲୋକ ମୁରୁଜ।

ଜୀବଜନ୍ତୁ,ବୃକ୍ଷରାଜି,

             ମାନବ ସଭିଁଙ୍କର

ଆବଶ୍ୟକ ସୌରଶକ୍ତି 

             ନିତି ଯେ ନିରନ୍ତର।

ସବୁତାଙ୍କ ଯୋଗୁଁ ଦିନ 

             ପରେ ରାତି ହୁଅଇ

ଋତୁଚକ୍ର ନିୟମିତ 

           ଭାବେ କାର୍ଯ୍ୟ କରଇ।

ତପତିଙ୍କ ପାଇଁ ଜଳ 

            ବାଷ୍ପିଭୂତ ହୁଅଇ

ଜଳବିନ୍ଦୁରେ ବଦଳି 

            ବର୍ଷା ରୂପେ ଝରଇ।

ସୌରଜଗତର କେନ୍ଦ୍ର 

             ପ୍ରଭାକର ସେ ଭାନୁ

ହିମ ଶୀତଳ ହୁଅଇ 

            ଧରଣୀ ଯେ ତା ବିନୁ।

ଦିବାକର ବିନା ଜୀବନ 

              ଯାପନ କଠିନ

ଜ୍ଜ୍ବୋତିର୍ମୟ ସୁରୁଜଙ୍କୁ 

             କରେମୁହିଁ ନମନ।



Rate this content
Log in