STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

ସୂର୍ଯ୍ୟ ଚନ୍ଦ୍ର ପ୍ରେମିକ

ସୂର୍ଯ୍ୟ ଚନ୍ଦ୍ର ପ୍ରେମିକ

1 min
268


ପୂର୍ବ ଆକାଶର ସୁନେଲି କିରଣେ

ଧରା ଆଗମନେ ରବି,

ସକଳ ସୃଷ୍ଟିର ଜୀବ ଆନନ୍ଦିତ

ଶୁଭ ଦିନ ମନେ ଭାବି ।୧।


ଭାବୁକ ମନରେ କେତେ କଥା ଭାବେ

ଭାବନ୍ତି ସକଳ ପ୍ରାଣୀ,

ଜଳେ ପଦ୍ମ ଫୁଲ ଅପେକ୍ଷାରେ ଥାଏ

ସୂର୍ଯ୍ୟଙ୍କ ଆସିବା ଜାଣି ।୨।


ରାତ୍ରି ଆଗମନେ ଚନ୍ଦ୍ର ଆଲୋକର

ଶୀତଳ ପରଶ ପାଇଁ,

ସୂର୍ଯ୍ୟ ଙ୍କ କିରଣେ ଉତ୍ତପ୍ତ ଧରଣୀ

ଜହ୍ନ ବାଟ ଥାଏ ଚାହିଁ ।୩।


ପୋଖରୀରେ କଇଁ ମନେ ଝୁରି ହୁଏ

ମିଳନର ଆଶା ନେଇ,

ଅସମ୍ଭବ କଥା ମନେ ଭାବେ ସତେ

ଦିନେ ଯିବ ପୂର୍ଣ୍ଣ ହୋଇ ।୪।


ପ୍ରେମିକ ପ୍ରେମିକା ମନେ ପ୍ରେମ ନାହିଁ

କେବଳ ପାଇବା ଆଶା,

ମିଳନ ରାକ୍ଷସ ଘର ତୋଳି ନେଲା

ଦୈହିକ ପ୍ରେମର ନିଶା ।୫।


ଐଷରିକ ପ୍ରେମ ନାହିଁକା ମନରେ

ପ୍ରେମ ନେଲା କେତେ ପ୍ରାଣ,

ସଚେତନ ହୋଇ ନିଜେ ମନେ ବୁଝ

ଯୁବକ ଯୁବତୀ ଗଣ ।୬।


ସୂର୍ଯ୍ୟ ପାଇଁ ପଦ୍ମ ଜହ୍ନ ସଙ୍ଗେ କଇଁ

ଶ୍ବାସତ ପ୍ରେମରେ ବନ୍ଧା,

ସୃଷ୍ଟି ପ୍ରାରମ୍ଭରୁ ଇଶ୍ବରଙ୍କ ପ୍ରେମେ

ସାରା ସଂସାରଟା ଛନ୍ଦା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍