STORYMIRROR

Sagar Kumar Parida

Others

3  

Sagar Kumar Parida

Others

ସୁରଭୀ

ସୁରଭୀ

1 min
381

ସୁରଭୀ ଦେଇଛି ଆଗକୁ ବଢ଼ିବା 

ପାଇଁ ଅମୃତର ରାସ୍ତା

ସୁରଭୀ ସହିତ ଜଡିତ ନହେଲେ

ଜୀବନ ହେବ ହୀନସ୍ଥା ।।


ସୁରଭୀ ଦିଅଇ ସୁବର୍ଣ୍ଣ ସୁଯୋଗ

ଦେଖାଇବାକୁ ପ୍ରତିଭା

ନାଚଗୀତଚିତ୍ରାଙ୍କନପ୍ରବନ୍ଧରେ

କରଇ ଜଗତଜିତା ।।


ବଣମଲ୍ଲୀ ଏଠି ପରିଚିତ ହୁଏ

ସୁରଭିର ସ୍ପର୍ଶ ପାଇ

ଗର୍ବୀତ କରଇ ରାଜ୍ୟକୁ ଆମର

ସୁନ୍ଦର ବ୍ୟବସ୍ଥା ଏହି ।।


ସୁରୁଜ ଉଇଁଲେ ଆଲୋକର ରଶ୍ମି

ଅନ୍ଧାର ଦୁରେଇଦିଏ

ସୁରଭୀ ସେପରି ପ୍ରତିଭାବାନଙ୍କୁ

ଆପଣାର କରି ନିଏ।।


ଆସ ଆସ ମୋର ଛୋଟ ଛୋଟ ଶିଶୁ

ତୁମେ ଦେଶ ଭବିଷ୍ୟତ

ସୁରଭୀ କୋଳରେ ସୁରଭିତ ହୁଏ

ଦେଖୁ ଏ ସାରା ଜଗତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍