STORYMIRROR

Sukanti Hotta

Others

3  

Sukanti Hotta

Others

ସୁପ୍ରିମକୋର୍ଟରୁ ରାୟ ଆସିଛି

ସୁପ୍ରିମକୋର୍ଟରୁ ରାୟ ଆସିଛି

1 min
482


କିଏ କାନ୍ଦୁଛି କିଏ ହସୁଛି,

ଅଭିମାନରେ କିଏ ବସିଛି,

ମାତାଲ ହୋଇ କିଏ ବୁଲୁଛି,

ପଣତ କାନିରେ କିଏ ଲୁହ ପୋଛୁଛି,

ଅପରାଧ କରି କିଏ ଲୁଚୁଛି,

ପରକୀୟା ପ୍ରୀତି ଏଠି ଚାଲିଛି.....


ସୁପ୍ରିମକୋର୍ଟରୁ ରାୟ ଆସିଛି l


ଘରେ ବାଡାବାଡ଼ି କିଏ ହେଉଛି,

ଦାଣ୍ଡେ ଗଡାଗଡି କିଏ ହେଉଛି,

କିଏ ଚୁପଚୁପ କାନେ କହୁଛି,

କିଏ ରାଗରେ ତାତି ଯାଉଛି,

କିଏ ଚୁପଚାପ ରହିଯାଉଛି,

ପରକୀୟା ପ୍ରୀତି ଏଠି ଚାଲିଛି.......


ସୁପ୍ରିମକୋର୍ଟ ରୁ ରାୟ ଆସିଛିl


ବାହା ହେବି ନା ନାହିଁ ବୋଲି ଭାବୁଛି,

ମୁଣ୍ଡ ବାଳ ସବୁ ଚନ୍ଦା ହେଉଛି,

ଅଡୁଆ ଧନ୍ଦାରେ ମୁଁ ଫସିଛି,

ସବୁଠୁ ଉପର ଵାଲାଟି ଅଛି,

ଭଲମନ୍ଦ ସବୁ ସିଏ ଦେଖୁଛି,

ପରକୀୟା ପ୍ରୀତି ଏଠି ଚାଲିଛି.....


ସୁପ୍ରିମକୋର୍ଟରୁ ରାୟ ଆସିଛି l


ଯୁଗେଯୁଗେ ନାରୀ ପୂଜା ପାଉଛି,

ସତ୍ୟ ଧର୍ମ ବୋଲି ସଂସାରେ ଅଛି,

ସବୁବେଳେ ଧର୍ମ ଜୟ ହୋଇଛି,

ପୁରାଣପୋଥି ମନେ ପଡୁଛି,

ବାହା ହୋଇଯିବି ବୋଲି ଭାବୁଛି,

ପରକୀୟା ପ୍ରୀତି ଏଠି ଚାଲିଛି......


ସୁପ୍ରିମକୋର୍ଟରୁ ରାୟ ଆସିଛି l


ସୁକାନ୍ତି ହୋତା

ତାଳଚେର 7008819476


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍