STORYMIRROR

Sukanti Hotta

Others

3  

Sukanti Hotta

Others

ସୁନା ଝିଅ

ସୁନା ଝିଅ

1 min
9.7K



ସୁନାଝିଅ ମୋ ରୁଷି ଯାଇଛି

ହାଣ୍ଡି ପରି ଦେଖ ମୁହଁ କରିଛି,

ଯେତେ ଡାକିଲେ ବି ନଶୁଣିଣ ସେ

ଗାଲେଇ ହୋଇ ବସି ରହିଛି l


ଗୁଣମଣି ମୋର ଫୁଲେଇ ରାଣୀ

ଭାରି ଦୟାବତୀ ଜୀବନ ମଣି,

ଅଭିମାନ କଲେ ବୁଝାଇ ହୁଏନି

ମୋତେ ପିଆଏ ସେ ନାକରେ ପାଣି l


ଜ୍ଞାନବତୀ ସେ ବଡ ରୁପସୀ

ସମସ୍ତଙ୍କୁ ଦିଏ ମନରେ ଖୁସି,

ପରିବାରଟିକୁ ବାନ୍ଧି ରଖିଛି ସେ

କଥା କଥା କେ ଯାଏ ସେ ରୁଷି l


ସ୍ନେହ ପ୍ରେମରେ କେ ସରି ନୁହେଁ

ଗୁରୁଜନ ପାଶେ ମୁଣ୍ଡ ନୁଆଁଏ

ରୂପବତୀ ମୋର ହୃଦୟ ରାଣୀ

ଭାରି ମିଠା କଥା ମଧୁର ବାଣୀ


ଅଭିମାନିନୀ ସେ ମାନିନୀ ରାଧା

ବଡ ସୁଆଦିଆ ତା ହାତ ରନ୍ଧା,

କ୍ଷଣିକ ଭିତରେ ସବୁ ରାନ୍ଧି ଦିଏ

ତାର ବିନା ମୋ ଜୀବନ ଅଧା l


ଅଭିମାନିନୀ ମୋ ମଧୁ ଭାଷିଣୀ

ଚାଲି ତାର ଅଟେ ତାର ଗଜଗାମିନୀ

ବୁଦ୍ଧିମତୀ ସେ ପ୍ରିୟ ସଙ୍ଗିନୀ

ପ୍ରେମରେ ବାନ୍ଧିଛି ମୃଦୁ ହାସିନୀ


ସୁକାନ୍ତି ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍