Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2  

Sukanti Hotta

Others

ସୁନା ଧନ

ସୁନା ଧନ

1 min
3.2K


ସୁନା ଧନ ମୋତେ ଗେଲ କରିଦେଲା

ଅତି ସରାଗରେ ଆସି

ଥକା ଜୀବନରେ ପ୍ରାଣ ସଞ୍ଚରିଲା

ମନ ହୋଇଗଲା ଖୁସି l


କଣ୍ଢେଇ ମାଗୁଛି ଖେଳନା ମାଗୁଛି

ମାଗୁଛି ମୋ ସ୍ନେହ ଟିକେ

କୁନିକୁନି ପାଦେ ଧୀରେଧୀରେ ଆସି

ବାବାବାବା ବୋଲି ଡାକେ l


ମୋର ହାତଧରି ମୋ ପାଦରେ ଚଢି

ଚାଲିବାକୁ ମୋତେ କହେ

ମମିଠୁ ବି ଭଲ ତୁମେ ମୋର ବାବା

ମୋ ପିଠି ଥାପୁଡି ଦିଏ l


ଅଝଟ ସେ କରେ ଗପ କହିବାକୁ

ନ କହିଲେ ରାଗିଯାଏ

ପୁରାଣ କାହାଣୀ ଭାରି ଭଲ ପାଏ

ଅଭିମାନୀ ଅଟେ ସିଏ l


ଲାଉ କର ବୋଲି ଅଡ଼ି ବସିଥାଏ

କେବେ ଘୋଡା କରିଦିଏ

ତା ପରି ଅମୂଲ୍ୟ ଧନ ମିଳିବନି

ମୋ ଗାଲେ ଚୁମା ସେ ଦିଏ l


Rate this content
Log in