ସୁକ୍ଷ୍ମ ଆଲିଙ୍ଗନ
ସୁକ୍ଷ୍ମ ଆଲିଙ୍ଗନ
1 min
334
ପୀରତି ତୋହର ପଉଷ ସକାଳ
ପରଶ ମାଘ କୁହୁଡି,
ମୁରୁକି ହସିଲେ ମୁକୁତା ଝରଇ
ଉଛୁଳେ ପ୍ରେମ ଲହଡି ।।
ଗୋରାଦେହ ଅବା ପୁନେଇଁର ଜହ୍ନ
କେଶ ଅମାବାସ୍ୟା ରାତି,
ନହୁଲି ଦେହରେ ରୂପର ସମ୍ଭାର
ମାଦକତା ଭରା କାନ୍ତି ।।
ସୁଗନ୍ଧିତ ଚମ୍ପା ହେନା ଜୁଇ ଜାଇ
ତୋ’ ସାନିଧ୍ୟରୁ ବାସେ,
ଲବଙ୍ଗଲତା ଗୋ ତୋ’ନାଲି ଅଧରେ
ସିନ୍ଦୁରୀ ବଳୟ ଦିଶେ ।।
ରଜଦୋଳି ସମ ଗଜଗାମିନୀ ତୋ
ଚାଲି ଚହଲାଏ ମନ,
ଆଖିରେ ଆଖିରେ ଲୁଚକାଳି ଆଉ
ଖେଳୁଥିବା କେତେଦିନ ।।
ଝୁରୁଛି ମୁଁ ତୋ’ର ସୁକ୍ଷ୍ମ ଆଲିଙ୍ଗନ
ନିରୋଳାରେ ଥରେ ଆ,
ବସନ୍ତ ସଞ୍ଜର ମଳୟ ସାଜି ତୁ
ଛୁଇଁ ଦେଇ ମୋତେ ଯା’ଆ ।।
