ସୁଖୀ ପରିବାର
ସୁଖୀ ପରିବାର
ସୁନ୍ଦର ଶିଥିଳ ମନୋରମ ଆମ
ମନ୍ଦିର ସମାନ ଘର:
ଆମ ବାପା ବୋଉ ପୂଜ୍ୟ ଆମର
ଅଟନ୍ତି ସେ ଆପଣାର::
ଜେଜେବାପା ଆମ ଠକଠକ କରି
ବାଡି ଧରି ଚାଲୁଥାଏ:
ଜେଜେମାଆ ଆମ ମାଆ ପାଶେରହି
ସହଯୋଗ ପାଇଁ କହେ::
ଆଦର ସେନେହ ଥାଏ ନିରନ୍ତର
ସୁଖୀ ଆମ ପରିବାର:
ସ୍ନେହ ଭକ୍ତି ଆଉ ସୁଖ ଦୁଃଖ ମିଶି
ଚାଲିଥାଏ ଆମ ଘର::
ଶୋଭାପାଉଥାଏ ଆମର ଘରଟି
ଭଉଣୀ ଭିଣୋଇ ଆସିଲେ:
ପିଉଷା ପିଉଷୀ ଆସିଥାନ୍ତି ଆମ
ପର୍ବ ପର୍ବର୍ବାଣୀ ପଡିଲେ::
ହସ ଖୁସି ହୋଇ ରୁହନ୍ତି ସେମାନେ
ଖୁସିରେ ସମୟ କାଟନ୍ତି:
ପିଲାପିଲି ତାଙ୍କ ମଉଜ କରନ୍ତି
ନୂଆ ନୂଆ ଦ୍ରବ୍ୟ କିଣନ୍ତି::
ବାଦଲ କୂଳରେ ଜହ୍ନ ଯେସନ
ଖେଳୁଥାଏ ଚକାଭଉଁରୀ:
ହସରେ ଆମର ବନ୍ଧୁ ବାନ୍ଧବୀ
ଯାଆନ୍ତି ଖୁସିରେ ପହଁରି::
ଭଦ୍ର ପରିବେଶ ଝାଟି ମାଟିଘର
ସରଗ ଠାରୁ ୟେ ବଡ:
ମିଥ୍ୟା ପ୍ରତାରଣା ନାହିଁ ଆମଘରେ
ଶାନ୍ତି ମୁକ୍ତିର ୟେ ଜଡ::
ଏକାଠି ଖାଉ ଏକାଠି ବସୁ ଆଉ
ଗପସପ ହେଉ ମିଶି:
ବିପଦେ ଆପଦେ ପଡୋଶୀ ଆମର
ମିଶନ୍ତି ଏକାଠି ବସି::
ମାଣ ବସା ଠାରୁ ଶ୍ରାଦ୍ଧ ପିଣ୍ଡ ଦାନ
ବାପା ମାଆ କରିଥାନ୍ତି:
ଆମେ ଖାଇ ପିଇ ମଜଲିସ କରୁ
ସେମାନେ ଯୋଗାଇ ଥାନ୍ତି::
ବିଲ ବାଡି କାମ ବାପା କରିଥାନ୍ତି
ଆମେ ପାଠ ପଢିଯାଉ:
ଭଲପାଠ ପଢି ବଡହୋଇ ଆମ
ତାଙ୍କରି ସେବାରେ ଯାଉ::
ଛୋଟ ପିଲାର ସେନେହ ଆଦରେ
ବଢିଥାଏ ଧନ ମାନ:
ଗୁରୁଜନେ ଭକତି କରୁଥିଲେ ସଦା
ହେବ ସଦା ରୋଗ ହୀନ::
ସଂସ୍କାରକୁ ଆମେ ଅତିକ୍ରମ କରି
ଭୋଗୁଛନ୍ତି କେତେ ରୋଗ:
ରୋଗ ଉପଶମ ଭକ୍ତି ମୋକ୍ଷ ବନ୍ଧୁ
କରିବେ ସୁଖକୁ ଭୋଗ::
ମହେଶ୍ୱର ସାହୁ
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ୱର(ଭଦ୍ରକ)
