STORYMIRROR

Prakash Sahoo

Others

2  

Prakash Sahoo

Others

ସୁଇସାଇଡ

ସୁଇସାଇଡ

1 min
13.5K


ବଞ୍ଚିବାର କଷ୍ଟ ସୀମା ପାର ହେଲା ପରେ

ବଞ୍ଚିବାର କାରଣ ଉତ୍ତରରେ ଅସନ୍ତୁଷ୍ଟ

ପରିସ୍ଥିତିକୁ ସାମ୍ନା କରିବାରେ ଅସମର୍ଥ

ନିଷ୍ପତି ନେବାରେ ସାନ୍ତ୍ୱନାର ଅଭାବ

ଏକା ପଣ,ଲଜ୍ଜା,ଘୃଣ୍ୟ ଭାବର ଶେଷ

ସଂସ୍କାର କରିବାର ଅଦ୍ଵିତୀୟ ପନ୍ଥା

ରକ୍ଷଣ ଶିଳ ସମାଜ ଆଖିରେ ନିଜ ଅବିରତ

ନିଶ୍ଵାସ ପ୍ରଶ୍ଵାସକୁ ବିଶ୍ରାମ ଦେବା ,

ମନର କ୍ଷିପ୍ରତାକୁ ମନ୍ଥର କରିବାର

ପ୍ରୟାସରେ ସହସ୍ର ଅଦୃଶ୍ୟ କ୍ଷତ ସମ୍ପନ୍ନ

ଦେହକୁ ନିସ୍ତେଜ କରି ଭୂଇଁରେ ଶୟନ

ମୁଦ୍ରାରେ ନେବା ପାଇଁ ସେ ନିରୁପାୟ

କିନ୍ତୁ ଏ ଚତୁରତା ନୁହେଁ,ସାହସୀ ନୁହେଁ

ସମସ୍ୟାର ସମାଧାନ ନୁହେଁ

ଚିରକାଳ ପାଇଁ ନିଜକୁ ମାଧ୍ୟମ କରି

ଅନ୍ୟକୁ ଆଘାତ ଦେବା,ଏ ଜୀବନ

କେବଳ ତୁମ ପାଇଁ ନୁହେଁ,

ନିର୍ଭରଶୀଳତାର ବନ୍ଧକୁ ସଜାଇ ସାରିବା ପରେ।

ସୁଇସାଇଡ଼...

ପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍