STORYMIRROR

Writer Roja Panda

Others

3  

Writer Roja Panda

Others

ସୁଦଶା

ସୁଦଶା

1 min
304


ଶୁକଳପକ୍ଷ କୁ ଗୁରୁବାର ସାଥେ

ପଡିଲେ ଦଶମୀ ତିଥି

ସୁଦଶା ନାମରେ ମହାଲକ୍ଷ୍ମୀ ମାତା

ଆସନ୍ତି ସାଜି ଅତିଥି ।।


ସୁଖ ,ଶାନ୍ତି ଆଉ ସମୃଦ୍ଧି ନିମନ୍ତେ

ମର୍ତ୍ୟର ସମସ୍ତ ନାରୀ

ବ୍ରତ ପାଳୁଥାନ୍ତି ଆନନ୍ଦ ଉଲ୍ଲାସେ

ବଜାଇଣ ଘଣ୍ଟ, ତୂରୀ ।।


କଣ୍ଠେ ଉଚ୍ଚାରିଣ ଦଶ ଗୋଟି ନାମ

ଦେବୀ ମହାମାୟାଙ୍କର

ଦଶ ଗଣ୍ଠି ଦେଇ ଦକ୍ଷିଣ ହସ୍ତରେ

ବ୍ରତ ବାନ୍ଧନ୍ତି ସତ୍ୱର ।।


କରି ଦଶ ମଣ୍ଡା ଭୋଗ ଲଗାଇଣ

ଜଗତ ଜନନୀ ପାଶେ

ଦଶ ପରକାର ଫୁଲରେ ସଜାନ୍ତି

ଆହା କି ସୁନ୍ଦର ଦିଶେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍