STORYMIRROR

Raja Sekhar CH V

Others

2  

Raja Sekhar CH V

Others

ସୁବାସିତ ସୁମନ

ସୁବାସିତ ସୁମନ

1 min
541


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ତରୁଲତା ରେ ଦିଶନ୍ତି ପ୍ରଥମେ ମୃଦୁଳ ମୁକୁଳ ରୂପରେ,

ଉଷୁମ ଉଷାକିରଣ ରୁ ହୁଅନ୍ତି ସ୍ଫୁଟନୋନ୍ମୁଖ କଳିକା ରୂପରେ,

ସମୟ ଅନନ୍ତର ରୂପାନ୍ତରିତ ହୁଅନ୍ତି ପାଖୁଡ଼ାଯୁକ୍ତ ପୁଷ୍ପ ରୂପରେ,

ଏକାଗ୍ରଦୃଷ୍ଟି କରନ୍ତି ଦିଶି ପ୍ରସ୍ଫୁଟିତ ପ୍ରଭାତକୁସୁମ ପେନ୍ଥା ରୂପରେ |୧|


କେତେ ସୁମନୋହର ଦିଶନ୍ତି ସୁଶୋଭିତ ସୁବାସିତ ସୁମନ,

ରଙ୍ଗବେରଙ୍ଗ ରୂପେ ଦିଶି ତରଙ୍ଗାୟିତ କରନ୍ତି ଜନଙ୍କ ମନ,

କଳ୍ପନାବିଳାସୀ କରନ୍ତି ମାୟାଲୋକ ପ୍ରେମଲୋକ କୁ ଗମନ,

ମତି ରେ ନୂତନ ସୃଜନ କୋଇଲି କୂଜନ ର ହୁଏ ଆଗମନ |୨|


ସୁଗନ୍ଧିତ ସୁମ ମକରନ୍ଦ ରୁ ସମ୍ମୋହିତ ହୁଅନ୍ତି ମଧୁକୋଷ ମଧୁକର,

ପୁଲକିତ ପୁଷ୍ପ ର କେନ୍ଦ୍ରବିନ୍ଦୁ ହେଲେ ପରାଗକୋଷ ପରାଗକେଶର,

ଲଳିତ ଲଳନା କୁରୁବିନ୍ଦ ଅନେଇ କେଶରେ ସାଜନ୍ତି ପୁଷ୍ପ ଅଳଙ୍କାର,

ମୁଦିତ ମୋହିତ ତରୁଣ ଆନନ୍ଦ ପାଆନ୍ତି ତରୁଣୀଙ୍କୁ ଦେଇ ପୁଷ୍ପଗୁଚ୍ଛ ଉପହାର |୩|


ଫୁଲ ସୁନ୍ଦର ଦିଶନ୍ତି କଳାମାଣିକ କାଳିଆଙ୍କ ଟାହିଆରେ,

ଫୁଲ ସୁନ୍ଦର ଦିଶନ୍ତି ଠାକୁର ଠାକୁରାଣୀଙ୍କ ପୁଷ୍ପାଞ୍ଜଳୀରେ,

ଫୁଲ ସୁନ୍ଦର ଦିଶନ୍ତି ଦେବାଦେବୀ ଶ୍ରୀଦେବୀଙ୍କ ପୁଷ୍ପମାଳାରେ,

ଅମୁଲ୍ୟ ଅସ୍ତିତ୍ୱ ସମ୍ପ୍ରାପ୍ତି କରନ୍ତି ପରମେଶ୍ୱରଙ୍କ ପୁଷ୍ପାଭିଷେକ ପୂଜାରେ |୪|


Rate this content
Log in