ସୁ ସମୟର ଅଭିଯାତ୍ରୀ
ସୁ ସମୟର ଅଭିଯାତ୍ରୀ
1 min
165
ଯାତ୍ରା ର ବିରତି ଓ ବିପରିତ ନଥାଏ
ଆଗକୁ ଅଗ୍ରସର ତାର ମୌଳିକ ଧର୍ମ।
ଘୁରି ବୁଲେ ସମୟର ଚକ୍ର ନୂତନ ,
ପୁରାତନ ପ୍ରସ୍ତର ଯୁଗରୁ।
ସତ, ତ୍ରେତୟା ଦ୍ଵାପର ଆଜି କଳିଯୁଗରେ
ବସ୍ତୁବାଦ ଯୁଗରେ ପହଞ୍ଚେ।
ନବଗ୍ରହ ର ଭିତରେ ଘର ତୋଲେ
ତଥାପି ଧର୍ମାନ୍ଧ ଝୁଣ୍ଟେ ବାରମ୍ବାର।
ଏସବୁ ତ ଅତି ମାନସ ,
ବିଜ୍ଞାନର ବଳ କି ଫଳ ହେଉ।
ଏ ଜାତି ଏକବିଂଶ ଶତାବ୍ଦୀ ଭାରତର ,
ସ୍ବାମୀ ବିବେକାନନ୍ଦ ଙ୍କ ଉକ୍ତି ର
ଡେଢଶହ କୋଟି ଭାରତୀୟ କାନ୍ଧରେ କାନ୍ଧ ମିଳାଇ
ସୁ ସମୟର ଅଭିଯାତ୍ରି ହୋଇ ପାରିବା ନାହିଁ କାହିଁକି ।
