STORYMIRROR

Gouri Panda

Others

3  

Gouri Panda

Others

ସ୍ତ୍ରୀ

ସ୍ତ୍ରୀ

1 min
360

ସ୍ତ୍ରୀ ପରା ସଂସାରର ଅଧା ଅଂଶୀଦାର

ଅର୍ଦ୍ଧାଙ୍ଗା ପାର୍ବତୀ ଓ ଅର୍ଦ୍ଧାଙ୍ଗ ଈଶ୍ବର ।

ସ୍ତ୍ରୀ ବିନା ଚାଲିଛି କି କେଉଁ ପରିବାର

ସ୍ତ୍ରୀ ନାହିଁ ଯେଉଁ ସ୍ଥାନେ ଶ୍ମଶାନ ସେ ଘର।

ସ୍ତ୍ରୀ ବିନା ଚାଲିବନି ହୋମ, ଯଜ୍ଞ କାମ

ସ୍ତ୍ରୀ ବିନା ପୁରୁଷର ବୁଦ୍ଧି ହୁଏ ବାମ।

ସ୍ତ୍ରୀ ବିନା ଚାଲେ ନାହିଁ ସଂସାର ଜଞ୍ଜାଳ

ସ୍ତ୍ରୀ ବିନା ପାର ଯଦି ଏକା, ଏକା ଚଳ।

ସବୁ ପୁରୁଷଙ୍କ ପଛେ ସ୍ତ୍ରୀ ହାତ ଥାଏ

ସ୍ତ୍ରୀ ଯା'ର ନାହିଁ ତାକୁ ପଚାରେ ବା କିଏ?

ସ୍ତ୍ରୀ ସମ୍ମାନ ଦେବା ଶିଖ ଜଗତବାସୀ।

ଵୃଥା ହୋଇବ ଗଲେ ପୁରୀ, ଗୟା କାଶୀ।

ଯେ ଘର ଦିଏ ସ୍ତ୍ରୀ କୁ ମାନ ସନମାନ

ସେଇ ଘର ମହାଲକ୍ଷ୍ମୀଙ୍କ ବାସସ୍ଥାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍