ଷ୍ଟେଥୋସ୍କାପର କଥା
ଷ୍ଟେଥୋସ୍କାପର କଥା
1 min
11.9K
ତୁମେ ସିନା ମାପିଦିଅ
ହୃତ୍ପିଣ୍ଡର ସଙ୍କୋଚନ ପ୍ରସାରଣ ବେଗ
ଅବା ନିଶ୍ୱାସ ଓ ପ୍ରଶ୍ୱାସର ଗତି
ସଙ୍କେତ ପ୍ରଦାନ କର
ରୋଗ ଚିହ୍ନି ନିବାରଣ ପାଇଁ।
ପଢିପାରିବକି କେବେ
ହୃଦୟର ଅଥଳ ସାଗରେ
ଉଠୁଥିବା ଦ୍ଵନ୍ଦ୍ୱ ଓ ସଂଶୟର
ଜୁଆରର ବେଗ
ମାପି ପାରିବକି
ଲୁକ୍କାୟିତ ଥିବା ଅନେକ ଅବ୍ୟକ୍ତ ଯନ୍ତ୍ରଣାରେ
ସୃଷ୍ଟି ହେଉଥିବା କମ୍ପନର ତୀବ୍ରତା
ଥରେ ହେଲେ କୁହନ୍ତକି ପଢ଼ି
କାହା ହୃଦୟର ଅବ୍ୟକ୍ତ କାହାଣୀ
ଭରିଦିଅନ୍ତି ମୋ ସାଧ୍ୟ କ୍ଷମତାରେ
ତୃଷିତ ପ୍ରାଣରେ
ଶାନ୍ତିର ମଧୁ ସଂଜୀବନୀ।
