STORYMIRROR

Rajendra Giri

Others

5.0  

Rajendra Giri

Others

ଷଣ୍ଢ

ଷଣ୍ଢ

1 min
12.9K




ଷଣ୍ଢ ଅଟଇ ଆମରି ଦାମ

କଥା କଥାରେ ଫୁଟାଏ ବମ ।।


ସବୁଠୁ ଭଲ ଜଗି ବସିବା ନିଜରି ଜାଗା

ଷଣ୍ଢ ବେକରେ କିଏ ସେ ଦେବ ପଘା ।।


ଦାମ ବଇଜନ୍ତ କରିବେ ଖେଳ

ଖରାପ ପଡିବ କି ପାଣ୍ଡିୟାର ବେଳ ।।


ସ୍ମିତ ହାସ ଦେଲେଣି ଦେଖି ଧରମା ଦାସ

ଇସାରାରେ କୁହନ୍ତି ଭାଇ ଏଠିକି ଆସ ।।


ଆମ ଦଳରେ ନାଇ ବାଛ ବିଚାର

ତୁମେ ଦୁଇ ଆମ ନିଜର ।।


ମିଶି ଧରିବା ହାତେ ପଦମ

କହି ବୋଲିବା ତେଲ ହେବ କଅମ ।।


ଶୁଣି ଚିଇଁକି ଉଠିଲେ ଦାମ

କେମନ୍ତ କରିବି ତ ସହ କାମ ।।


ମୋ ମୁଖେ ଖାଲି ବିଜୁର ନାମ

ଇଚ୍ଛା ଥିଲା ହେବାକୁ ନବୀନର ଡାହାଣ ବାମ ।।


ସବୁ ସାଇଲା ସେ ରାମକୋ ଟୋକା

ଏକାକୀ ବୋଲାଇଲା bjd ବୋପା ।।


ଆମ ସୁପରିମ ବଜାନ୍ତି ତାଳି

ଯେବେ ମତେ ପଡେ ଗାଳି ।।


କାହାକୁ କହିବି ମରମ କଥା

ଯୋଉଠି ହାତ ଦେଲି ସେଇଠି ବଥା ।।


ଯିଏ ଯାହା କହୁ କିଛି ଯାଏ ଆସେ ନାହିଁ

ପାରାଦୀପିରୁ ଲଢିବି ମୁହିଁ ।।


କହି ବୋଲିବି ଦୁରୁନୀତି କଥା

ସେ ବ୍ରାହ୍ମଣ ହଉ ବା ନେତା ।।


ହେ ଦାମ ବାବୁ ରହିଲା ରାଣ

ଶିକ୍ଷକଙ୍କ କଥା ତୁଣ୍ଡକୁ ଆଣ ।।


ନବୀନ କାନରେ ବାଜୁ ବାଣ

ଶାନ୍ତି ପାଇବେ ଶିକ୍ଷକ ଗଣ ।।


ରାଜେନ୍ଦ୍ର ଗିରି

ଭୋଗରାଇ , ବାଲେଶ୍ୱର

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ , ବାଲେଶ୍ବର ।

ଦୂରଭାଷ-୭୮୭୩୫୭୦୯୩୮


Rate this content
Log in