STORYMIRROR

Birakishore Nayak

Others

3  

Birakishore Nayak

Others

ଷଡଯନ୍ତ୍ର

ଷଡଯନ୍ତ୍ର

1 min
167

ମଣିଷ ମସ୍ତିଷ୍କ ସଦା କାର୍ଯ୍ୟରତ

   ନାନା ଭାବନାରେ ଭରା 

ଭଲ ମନ୍ଦ ଚିନ୍ତା ତନ୍ତ୍ରୀରେ ଖେଳଇ 

   ମନ ନିୟନ୍ତ୍ରିତ କାରା |


ଚିନ୍ତା ଚେତନାର ପ୍ରକୃତି ପ୍ରେରଣା

   ଅନୁଯାୟୀ କାର୍ଯ୍ୟ ହୁଏ 

ମସ୍ତିଷ୍କେ କେନ୍ଦ୍ରିତ ଭାବନା ବଳରେ

   ସ୍ଵଭାଵ ଯେ ରୂପ ପାଏ |


ସବୁ ମଣିଷ ତ ସମାନ ନୁହଁନ୍ତି

   କାର୍ଯ୍ୟ ମଧ୍ୟ ଭିନ୍ନ ଭିନ୍ନ 

ଜୀବନ ଜୀବିକା ପରିସ୍ଥିତି ମତେ

   ବଦଳେ ତାହାର ମନ |


ନିଜ ସ୍ୱାର୍ଥପାଇଁ ବେଳେ ବେଳେ ଆସେ

   ଅପରାଧ ଚିନ୍ତାଧାରା 

ସେହି କାର୍ଯ୍ୟ ପାଇଁ ଆଦ୍ୟେ ଯାହା ଲୋଡ଼ା

   ଷଡଯନ୍ତ୍ର ତାହା ପରା |


ପ୍ରତି ଷଡଯନ୍ତ୍ରେ ଜଣେ ଥାଇପାରେ

   ଅବା ଏକାଧିକ ଲୋକ 

ସ୍ଥିରୀକୃତ ମତେ କାର୍ଯ୍ୟ ହୋଇଥାଏ

  ନୁହେଁ ଯାହା ଆକସ୍ମିକ |


ଯେତେ ସବୁ ହତ୍ୟା ଅବା ଡକାୟତି

   ହୋଇଥାଏ ସଂଗଠିତ 

ଷଡଯନ୍ତ୍ର ରଚା ହୁଅଇ ପ୍ରଥମେ

   ଏଡାଇବାକୁ ବିପଦ |


ଅତି ଗୋପନୀୟ ଭାବେ ହୁଏ ସିଏ

   ସମ୍ପୃକ୍ତ ଲୋକଙ୍କ ମଧ୍ୟେ 

ବେଳେ ବେଳେ ମଧ୍ୟ ଜଣା ପଡ଼ିଯାଏ

   ସାବଧାନତାର ସତ୍ତ୍ୱେ |


ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ

   କରା ଯାଇଥିଲା ହତ୍ୟା 

ବହୁତ ପୂର୍ବରୁ ହୋଇଥିଲା ସେହି

   ହୀନ ଷଡଯନ୍ତ୍ର ରଚା |


ଦେଶେ ଦେଶେ ମଧ୍ୟ ଶତ୍ରୁତା ଫଳରେ

   ଅବା ଦେଶ ସ୍ୱାର୍ଥହିତେ 

ଷଡଯନ୍ତ୍ର ରଚା ହୁଅଇ ଗୋପନେ

   ପଛେ କ୍ଷତି ହେଉ ଯେତେ |


ଅପରାଧ ପାଇଁ ପୂର୍ବ ନିର୍ଦ୍ଧାରିତ

   କାର୍ଯ୍ୟ ଅଟେ ଷଡଯନ୍ତ୍ର 

ଅନ୍ୟ ନାମେ ତାକୁ କୁହାଯାଏ ମଧ୍ୟ

   ଯାହା ଅଟଇ ଚକ୍ରାନ୍ତ |



Rate this content
Log in