tikeshwar sahu

Others

3  

tikeshwar sahu

Others

ସର୍ତ୍ତ

ସର୍ତ୍ତ

1 min
171


            

ସର୍ତ୍ତ ହୋଇଥିଲା ଯୋଜନା ବି ଥିଲା

ଏକାଠି ବଞ୍ଚିବା ବୋଲି ,

କେମିତି କାହିଁକି ଦିନେ ଦିନେ ପୁଣି 

ଠକି ଦେଉଥିଲ ଖାଲି |୧|

କିଏ କାହା ମନେ ଦେବା ନାହିଁ ଦୁଃଖ

ହିଂସା ନିନ୍ଦା ଅପମାନ,

କେଉଁ ଭୁଲ ପାଇଁ ସର୍ତ୍ତ ଭାଙ୍ଗି ଦେଲ

ଅପଯଶ ସନମାନ |୨|

ଦୁନିଆଁ ବୁକୁରେ ବଞ୍ଚିବାକୁ ହେଲେ

ସୁଖ ଖୋଜିବାକୁ ହୁଏ,

ସୁଖ ଖୋଜୁ ଖୋଜୁ କେବେ ଦୁଃଖ ମିଳେ

ଅକସ୍ମାତ ଦେଖାଦିଏ |୩|

ଅସାର ସଂସାର ଜାଣି ସୁଦ୍ଧା ମନ

ଖୋଜୁଥାଏ ଅହର୍ନିଶ,

ମରିଚିକା ପଛେ ଧାଇଁବା ସାର ଯେ

ପୂରଣ ନହୁଏ ଆଶ |୪|

ଯିବା ପାଇଁ ସର୍ତ୍ତ ଆସିବାରେ ସର୍ତ୍ତ

ଖାଲି ସର୍ତ୍ତ ସବୁଥିରେ,

 ସର୍ତ୍ତରେ ବିଶ୍ବାସ ଯେବେ ମିଳିଯାଏ 

ଆନନ୍ଦ ମିଳଇ ଥରେ |୫|

କପଟତା ପୂର୍ଣ୍ଣ ସର୍ତ୍ତ ରଖିଥିଲା

ମହାମାନୀ ଦୁର୍ଯ୍ଯୋଧନ,

ଆପଣା ବଂଶର ନାଶ ହେଇଥିଲା

ଥରେ ହେଜ ଆରେ ମନ |୬

ଆଖି ଆଗେ ଲକ୍ଷ୍ୟ ରଖି କାମ କଲେ

ମିଳିଥାଏ ସଫଳତା,

ଲକ୍ଷ୍ୟ ସର୍ତ୍ତ ସହ ଯୋଗ ହେଲେ ପୁଣି

ଅପୂର୍ବ ତାହାର ସତ୍ତା |୭|

ଜୀବନ ଯୌବନ ଅଟେ କ୍ଷଣସ୍ଥାୟୀ

ସର୍ତ୍ତବିହୀନ ସଂପର୍କ,

ଜ୍ଞାନ ଭକ୍ତି ଯୋଗେ ଜୀବନ ଯୋଡ଼ିଲେ

ମନବେ ମିଳଇ ହର୍ଷ |୮|

ସର୍ତ୍ତେ ଲାଭ ଆଶା ଲୋଭକୁ ବଢ଼ାଏ

ଲୋଭ ପଛରେ ଦଉଡ଼ି,

ମଣିଷ ମାତର ହୁଏ ହନ୍ତସନ୍ତ

ଆଶା ହୋଇଯାଏ ଧୂଳି |୯|

ସର୍ତ୍ତରେ ଚାଲିଛି ଏ ସାରା ସଂସାର

ସର୍ବ ବିଶ୍ବ ଚରାଚର,

ଭକ୍ତିଭାବ ପ୍ରେମ ସର୍ତ୍ତରେ ଚଳିଲେ

ମିଳେ ପ୍ରଭୁପଦ ସାର |୧୦|



Rate this content
Log in