STORYMIRROR

Dharitri Das

Others

2  

Dharitri Das

Others

ସର୍ତ୍ତ

ସର୍ତ୍ତ

1 min
137


ଆମ ଦେଶ ରାଜନେତା ନିର୍ବାଚନ

   ସମୟେ ରଖିଥାନ୍ତି ସର୍ତ୍ତ

ଗୃହହୀନେ ଦେବେ ଇନ୍ଦିରା ଆବାସ

   ବୃଦ୍ଧ ବୃଦ୍ଧାଙ୍କୁ ଦେବେ ଭତ୍ତା।

ଗରିବଙ୍କୁ ଦେବେ ସେ ରାସନ କାର୍ଡ

    ବି ପି ଏଲ ଓ ଅନ୍ତୋର୍ଦ୍ୱୟ

ନାରୀମାନେ ଚାଲିବେ ରାସ୍ତାରେ ହୋଇ

     ସ୍ୱାଧୀନ ଆଉ ନିର୍ଭୟ।

ପ୍ରତିଗ୍ରାମେ କରିବେ ପକ୍ କା ସଡ଼କ

     ଜଳାଇବେ ବିଜୁଳି ବତୀ

ହେଲେ ଜିତି ଗଲା ପରେ ଭୁଲିଯାଇଥାନ୍ତି

      ବଦଳି ଯାଏ ତାଙ୍କ ମତି।

ଅଭିଯୋଗ କରିବାକୁ ଗଲେ ସେମାନେ

     ଚିହ୍ନି ପାରନ୍ତିନି ତୁମକୁ

ବେଇମାନ ସାଯିବାକୁ ପଛାନ୍ତି ନାହିଁ

     ଭୁଲି ରଖିଥିବା ସର୍ତ୍ତକୁ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍