STORYMIRROR

pranati Mahapatra

Others

4  

pranati Mahapatra

Others

ସ୍ରଷ୍ଟା

ସ୍ରଷ୍ଟା

1 min
396


ଜଳିଜଳି ଆଜି ପାଉଁଶ ହୋଇଛି

ତଥାପି ଜାଳିନି କାହାକୁ,

ଆଲୋକ ଦେଖାଇ ସୁଖ ଦେଇଥାଏ

ମୁଁ ସହିସହି ଯାତନାକୁ।


ଜଳିବାରେ ଥାଏ କେତେ ଯେ ଆନନ୍ଦ

ଜାଳିବା ଲୋକ କି ବୁଝିବ,

ଅନ୍ୟ ଦୁଃଖେ ଦୁଃଖି ସମଭାଗୀ ହୋଇ

ନିଜ ଆତ୍ମା ଶାନ୍ତି ଲଭିବ।


ଦୀପଶିଖା ଭଳି ଜଳିଯାଏ କବି

ଦୁନିଆଁ କରେ ଉଜ୍ଜ୍ୱଳ,

ମୁହଁ ଖୋଲି କେବେ କହେନା ତା କ୍ଲେଶ

ତା ହର୍ଷମୁଖ ସଦା ନିର୍ମଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍