ସର୍ବଂସହା
ସର୍ବଂସହା
1 min
222
ଆଞ୍ଜୁଳାଏ ନୀର ନେଲେ କି ସାଗର
ଯାଇପାରେ କେବେ ଶୁଖି?
ପର୍ବତରୁ ଜଳ ଦେବାକୁ କେବଳ
ଧାଏଁ ନଦୀ ନିମ୍ନମୁଖୀ ।
ଅଭିମାନ ଭରି ଅଭିଯୋଗ କରି
ସରିଯାଏ ଯା'ର ଦିନ,
ସୁମଣିଷଟିଏ ହୋଇବ କି ସିଏ,
ହେବ ଖାଲି ଖିନ୍ନ ଭିନ୍ମ ।
ମମତା ନିର୍ଝର ବହେ ଝରଝର
ପବିତ୍ର ସେ ସ୍ରୋତସ୍ଵିନୀ,
ହେଲେ ଅବିଚାର ଅବା ଅତ୍ୟାଚାର
ହୁଏନା ସେ କଳଙ୍କିନୀ ।
ସର୍ବଂସହା ନାମେ ଏହି ଧରାଧାମେ
ସୁବିଦିତା ବସୁନ୍ଧରା,
ଚିର ବନ୍ଦନୀୟା ସେ ଅତୁଳନୀୟା
ବାତ୍ସଲ୍ୟମମତା ଭରା ।
ଶୁଭାଶୁଭ ବେନି ସମ ଭାବେ ଘେନି
ନିତି ଯିଏ ଚାଲେ ପଥ,
ଭଲ ମଣିଷର ନାମ ପାଖେ ତାର
ନାମ ରହିବ ଯୁକତ ।
