STORYMIRROR

Raja Sekhar CH V

Others

5.0  

Raja Sekhar CH V

Others

ସପ୍ତରଙ୍ଗ ହୋଲି

ସପ୍ତରଙ୍ଗ ହୋଲି

1 min
645


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ସପ୍ତରଙ୍ଗ ସହ ହୋଲି ଖେଳନ୍ତି କଳାକାଞ୍ଚନ କହ୍ନେଇ,

ରାଧାଙ୍କ ମନକୁ କରିଲେ ପ୍ରେମାରେଙ୍ଗ ରେ ରଙ୍ଗେଈ,

ବୃନ୍ଦାବନେ ଗୋପିକା ନାଚିଲେ ଆନନ୍ଦ ବର୍ଣ୍ଣ ମିଶେଇ,

ବ୍ରଜବାସୀ ମୁଗ୍ଧ ହେଲେ ଏହି ପ୍ରିୟଦର୍ଶୀ ଦୃଶ୍ୟ ଅନେଇ |୧|


ଉତ୍କଳବାସୀ ପରବଶ ହୁଅନ୍ତି ଦୋଳଗୋବିନ୍ଦଙ୍କୁ ପାଲିଙ୍କିରେ ଉଠେଇ,

ଶ୍ରୀଦେବୀ ଭୂଦେବୀଙ୍କ ସହ ଶୋଭାଯାତ୍ରା ରେ ନିଅନ୍ତି ବୁଲେଇ ବୁଲେଇ,

ପ୍ରସନ୍ନ ହୁଅନ୍ତି ଦୋଳବେଦୀ ରେ ଦେବ-ଦେବୀଙ୍କୁ ଫଗୁଖେଳ ଖେଳେଇ,

ଶ୍ରୀଜୀଉ ଆଶିଷ ଦିଅନ୍ତି ଚାଚେରୀ ବେଶ ସୁନା ବେଶ ରେ ଦିବ୍ୟଦର୍ଶନ ଦେଇ |୨|


Rate this content
Log in