STORYMIRROR

Dharitri Das

Others

2  

Dharitri Das

Others

ସ୍ପର୍ଶ

ସ୍ପର୍ଶ

1 min
104


ସ୍ପର୍ଶ ଏମିତି ଏକ ଛୁଆଁ

     ମାଆ ହାତରେ ଥିଲେ ସିଏ

           ଗଢ଼ଇ ସୁନା ପିଲାଟିଏ।

ଗୁରୁଙ୍କ ହାତର ସ୍ପର୍ଶଟି

     ମୁଣ୍ଡେ ବାଜିଗଲେ ଥରେଟି

           ପାଲଟି ଯାଏ ଆଶିଷଟି।

ସ୍ପର୍ଶ ଏମିତି ଏକ ଛୁଆଁ

     ଦୟାଳୁ ହାତରେ ସିଏତ

          ଦୁଃଖୀ ଜନେ କରଇ ମିତ।

ପ୍ରେମିକ ହାତର ସ୍ପର୍ଶରେ

      କେତେବେଳେ ଶିହରଣ ତ

            କେତେବେଳେ ପାଲଟେ ବିଷ।

ସ୍ପର୍ଶ ଏମିତି ଏକ ଛୁଆଁ

      ଚପଳା ପାଶରେ ଥିଲେ ସେ

           ଦେହରେ ଲଗାଇ ଦିଏ ନିଆଁ।

ବଇଦ ହାତର ସ୍ପର୍ଶଟି

     ରୋଗୀ ମନରେ ଆଣିଦିଏ

           ଛୋଟ ଏକ ଭରଷାଟିଏ।

ସ୍ପର୍ଶ ଏମିତି ଏକ ଛୁଆଁ

      ଅନୁଭବି କେବଳ ଜାଣେ

            କଥାରେ ତାକୁ କିଏବା ଭଣେ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍