ସପନର ସୌଦାଗର
ସପନର ସୌଦାଗର
1 min
4.8K
ସପନ ରାଇଜ ରାଜକୁମାରୀ ମୋ
ମନରେ ବାନ୍ଧିଲ ବସା ।
ହୃଦେ ଶୂନ୍ୟସ୍ଥାନ ପୂର୍ଣ୍ଣ କରିଦେଇ
ଢାଳିଲ ପ୍ରେମର ବର୍ଷା ।।(୧)
ହାତ ଧରି ମୋତେ ଉଡ଼େଇ ଯେ ନେଲ
ସପନର ଆରପାରି ।
ସପନ ମଳୟେ ଦୋଳି ଖେଳୁଥିଲ
ହୃଦୟର ବିଭାବରୀ ।।(୨)
ନିଝୁମ ରାତିରେ ଚନ୍ଦ୍ରମା ଗୋ ତୁମେ
ମୁ ଯେ ତୁମର ଜୋଛନା ।
ଅରୁଣ ଉଦୟେ ରକ୍ତବର୍ଣା ଆଭା
ମୋ ହୃଦୟେ ତୁମେ ସ୍ଵପ୍ନା ।।(୩)
ତରଙ୍ଗିତ ଆଉ ଫେନାୟିତ ଉର୍ମି
ମୋ ସପନ ପାରାବାରେ ।
ମୁଁ ଯେ ମାଝୀ ସାଜେ ତୁମେ ଏକା ଯାତ୍ରୀ
ମୋ ସପନ ଜାହାଜରେ।।(୪)
ଯିବା ଭାସି ଦୂର ଇଲାକାକୁ ଯହିଁ
ନ ଥିବ ଛାଇ କାହାର ।
ରଚି ସପ୍ନ ନୀଡ଼ ବନିବି ତୋ ପାଈଁ
ସପନର ସୌଦାଗର ।।(୫)
ଦେବବ୍ରତ ଜେନା
ଶିକ୍ଷକ ,ରଣସିଂହପୁର ଆଶ୍ରମ ବିଦ୍ୟାଳୟ
ଭୋଗରାଇ, ବାଲେଶ୍ଵର
ଦୂରଭାଷ :୯୫୮୩୧୩୮୫୩୩
