ସପନର ପରୀ
ସପନର ପରୀ
1 min
298
ସପନରପରୀ ସେ ରାଜକୁମାରୀ
ସପନେ ତୋଳିଛି ଘର
ସ୍ୱପ୍ନ ରାଇଜରେ ଉଡ଼ିବୁଲୁଥାଏ
ଅମାନିଆ ମନ ତାର ।
ନୂଆ ନୂଆ ଏବେ ପ୍ରେମରେ ପଡିଛି
ଲାଗିଛି ପ୍ରୀତିର ଡେଣା
ଉଡିସେ ବୁଲୁଛି ନୀଳ ଆକାଶରେ
ପାଇଛି ନୂଆ ଠିକଣା ।
ଇଚ୍ଛା ହେଉଅଛି ତୋଳିବାକୁ ଜହ୍ନ
ଆକାଶର ଛାତିଚିରି
ତାରାଫୁଲ ସେଜେ ଶୋଇବା ପାଇଁକି
ସପନର ସେଜ ପାରି ।
ମନରେ ତାହାର ଲାଗିଅଛି ଯେବେ
ପୀରତିରେ ନୂଆ ରଙ୍ଗ
ଭାରି ମତୁଆଲା ସାଜୁଅଛି ଏବେ
ତା'ଦେହର ସାରା ଅଙ୍ଗ ।
ଉଡି ବୁଲୁଥାଏ ଭାବନା ରାଜ୍ୟରେ
ନୂଆ ସମ୍ଭାବନା ନେଇ
ପ୍ରେମ ଋତୁ ପରା ଆସିଛି ତାପାଇଁ
ପ୍ରୀତିର ମହକ ହୋଇ ।
