ସପନେ ସପନେ
ସପନେ ସପନେ
1 min
196
ନରମର ଶେଜ ତଳେ
ଆଖି ଲାଗେ କଲେ କଲେ
ଭାବୁ ଭାବୁ କିଛି କିଛି
ନିଦ ଆସେ ମିିଛି ମିିିଛି
ଦେଖା ହୁୁୁଏ କେହି ଜଣେ
ଏହି ସପନେ ସପନେ।
ହସୁଥିଲା ଖିଲି ଖିଲି
ଚାଲି ତାର ଗଜ ଭଲି
ସେ ତ ଗୋଟେ ନିଳ କଇଁ
ଯା କୁ ବସନ୍ତ ରହେ ଚାହିଁ
ରହି ଯାଏ ମନ କୋଣେ
ଏହି ସପନେ ସପନେ।
ଦେହ ସାରା ହୀରା ମୋତି
ହୋଇ ଥିଲା ଗୁନ୍ଥାଗୁନ୍ଥି
ମୋତି କରେ ଚିିିକି ଚିକି
ସୂରୁଜ ଯାଏ ଅଟକି
ଭାବେ କଣ ମନେ ମନେ
ଏହି ସପନେ ସପନେ।
