STORYMIRROR

Sandhya Rani Panigrahy

Others

3  

Sandhya Rani Panigrahy

Others

ସପନ ସତରେ କି ସୁନ୍ଦର

ସପନ ସତରେ କି ସୁନ୍ଦର

2 mins
6.5K


ସପନର ପଥରେ ଯେବେ ମୁଁ ଯାଏ

ଆଖିରେ ଅଲସୀ ନିଦ ଇସାରା ଦିଏ

ନିଦ ହଜା ଆଖିର କଥାକୁହା ଚାହାଣୀ

କିଛି କହେ କିଛି ରହେ ଅଜଣା ଅଶୁଣା ପୁଣି

ସପନ ଦେଖିବାକୁ ବେଳ ନାହିଁ

ସପନ ହଜିଲା କେଉଁ ରାଇଜେ କାହିଁ

ବାକି ରହିଲା ସବୁ ସପନ ବେଶ୍ କିଛି

ସବୁ ସପନ ପାଇଁ ରାତିଟା ଯେ ଏକ

ନିଶା ସପନର ପଥେ ମୁଁ ତୃଷାର୍ତ୍ତ ପଥିକ

କିଛି ରହେ ନ ରହେ ନିଦ ଭାଙ୍ଗିଲା ଯାକ

ସବୁ ସପନ ସୁଖର ସବୁ ଏ ପ୍ରୀତି ନିଦର

ନିଦ ଭାଙ୍ଗିଲା ପରେ ଯାଆନ୍ତି ସେ ନିଜ ସହର

ଦିନସାରା ଲୁଚିଯାଆନ୍ତି ସୁରୁଜର ଟାଣ ଚାହାଣିରେ

ରାତି ହେଲେ ଦେଖାଦିଏ ଖୋଲା ଆଖିରେ

ବିନିଦ୍ର ଆଖିର ସପନ ଭାରି ମିଠା ମିଠା ସମ୍ଭାର

କେତେ କଥା ଯେ ଲୁଚିଛି ଏ ହୃଦୟ ଓ ଜୀବନର

ପ୍ରାପ୍ତି ଅପ୍ରାପ୍ତିର ଏ ଯୁଦ୍ଧରେ ବଳି ପଡେ ନୀରିହ ସପନଯେତେ

କିଛି କଣ ମାଗିହୁଏ ଏ ଜୀବନରେ ସପନ ପରା ମିଛ ଶବ୍ଦରେ

ଶବ୍ଦ ନିଶବ୍ଦର ଛକା ପଞ୍ଚା ଦୋଛକିରେ

ସବୁ ସପନ ସତ କଣ ହୁଏ ଏ ଜୀବନରେ

କିଛି ମାଗିହୁଏନା କହିହୁଏନା

କିଛି ବୁଝି ବୁଝିହୁଏନା କିଛି ଜାଣି ପାରେନା

ରହିରହି ଆସେ ସପନ ଆଜି କିବା କାଲିର ରାତିରେ

ନ କହି ସେ ପଶି ଆସେ ଖୋଲି ଝରଣା ମନରେ

ଅଡାକରା ଅଯାଚିତ ଭାବର ଢେଉ ନେଇ ସେ

ଫେରିଯାଏ ବେଳେ ବେଳେ ନ କହି ଭିନ୍ନ କଥା ସେ

ମନ କଥା ମନେରହେ ଖୋଜେ ମୁଁ ତାକୁ ପାଖରେ

ବେଳ ରତରତ ହେଲେ ଫେରେ ସେ ତରତରରେ

କିଛି ସତ ପୁଣି କିଛି ମିଛ କିଛି ପ୍ରେମ କିଛି ଗୀତରେ

ସବୁ ସପନ ଯଦି ହୁଏ ସତ କି ଆନନ୍ଦ ମନରେ

ଏସପନ ଭ୍ରମେ ମନ ମନର ଏ ମୃଦୁହସରେ

ମନରେ ବା କାହାର କି ଜୋର ଅଛି ଖେଳ ଏ କାଳରେ

କପାଳରେ ଖାଲି ପୁଣି ମନ ଖୋଜେ ପାଶରେ

କିଏ ପୁଣି ଖୋଜେ ଆସି ନିଦୁଆ ଆଖିର ପଥରେ

ହସି କହେ କଥା ଯେତେ ଯାହା ନ କହିପାରେ ସତରେ

ମିଛ ହେଲେ ବି କେତେ ସୁନ୍ଦର ଭାବଟା ନିଜର ପ୍ରେମରେ

ପ୍ରେମ ଭରା ଏରାଗର ସୁର ଓ ତାଳ ସପ୍ତମ ଇନ୍ଦ୍ରଧନୁର

କେବେ ହଜେ ଅକାରଣରେ ସଂଘର୍ଷଭରା ଜୀବନର

ସବୁବେଳେ ହଜିଗଲେ ଚଳିବ କିପରି ଏ ଦୁନିଆ ସପନରେ

ସତରେ ସୁଖ ଓ ଦୁଃଖର ଚିହ୍ନ ସ୍ବରୂପ ଆଶା ଏ ସ୍ପନ୍ଦନରେ

ବସନ୍ତର ସବୁଜିମା ଫେରିଆସେ ସବୁବେଳେ

ତଥାପି ନୀରବି ମନ ଝୁରେ ଖାଲି ପଡିଥିବା ସାନ୍ତ୍ବନାରେ

ସପନ କଥା କୁହେ ଇସାରାରେ ମନ ଛୁଆଁ

ବୁଝେନା ମନ କେବେ ବି ଯେବେ ଫେରେ ସପନ ଅଛୁଆଁ

ରିମଝିମ ବରଷା ଗୁମ୍ ସୁମ୍ ଗରମର ତାତିଲା ବାଲିର ଶେଯରେ

ରୁଣୁଝୁଣୁ ଗୀତ ଗାଏ ଷୋଡଶୀ ରୂପସୀ ପ୍ରେମିକାର ଠାଣିରେ

ସବୁ ସପନ ବନ୍ଧା ପଡେ ଜୀବନର ଚଲାବାଟରେ ପ୍ରତିମୁହୂର୍ତ୍ତରେ

ପ୍ରତିବନ୍ଧକ ସାଜିଛି ଏ ଦୁନିଆ ସପନ ଓ ନିଦ ମଝିରେ

ସପନ ଖାଅ ସପନରେ ଗାଅ ସପନ ଯଦି ସଂସାର

କି ମନଛୁଆଁ କି ସୁନ୍ଦରତା ଓ ଆକର୍ଷଣର ବିଭୋର

ପ୍ରେମର ସପନେ ସବୁ ପାଇହୁଏ ନ ଥାଏ କଟକଣା

ଭିଡି ସେ ଆସେ ଆଖିରେ ବସେ ଏ ପୁଣି କେଉଁ ଅଜଣା

ସବୁ ପାଇହୁଏ ଦେଇହୁଏ ଅଦେଯ ଦେଯ ଉର୍ଦ୍ଧ୍ବରେ

କିଏ ପଚାରେ କିଏ ସେ ସପନେ ବିପଣୀ ଖୋଲେ ରାତିରେ

ଦିନର ସପନ ଦେଖିବାକୁ ମିଳିଛି କେବେ ନିର୍ଜନରେ

ଖୋଜେ ଏ ମନ ନମିଲେ ଯାହା ସପନେ ପାଏ ତତ୍କ୍ଷଣରେ

ବିରହ ସପନ ବିଲାସୀ ସପନର ପଥେ ପଥରେ

ମୁଁ ତ ଏକ ନାବିକ ମାତ୍ର ଜାହାଜରେ ମୋ କି ମୂଲରେ

ଭଲଲାଗେ ହଜିବାକୁ ଖୋଜିବାକୁ ନିତିନିତି ସପନରେ

ପ୍ରେମିକା ମୁଁ ଭଲପାଏ ବୋଲି ଦେଖେ ସପନ କେତେ ଆବେଗରେ

ଖୁସିର ସପନ ସରିଯାଏ ଜଲଦି ଦୁଃଖର ସପନ ଭରେନା

ସପନ ରାଇଜେ ସପନ ବିକିବା ସତରେ ଆତୁରତା ଯାଏନା

ଭାଂଗିଯାଏ ସପନ ସତରେ ଯଦି ଧୋକାଦେଇଯାଏ ସପନ

ଖାଲି ଦର୍ପଣରେ ଭଂଗା ମନନେଇ ରହିଯାଏ ବାକି ସାଉଁଟା ସପନ


Rate this content
Log in