STORYMIRROR

Debabrata Jena

Others

3  

Debabrata Jena

Others

ସପନ ନାୟିକା

ସପନ ନାୟିକା

1 min
10.6K


ସପନ ନାୟିକା ସପନ ତରୀରେ

ସପନର ତଟିନୀରେ ।

ଭାସିଯାଅ ଯେବେ ସପନ ଦେଶକୁ

ମୋ ପ୍ରେମର ସପନରେ ।।

ସପନ ଫେରନ୍ତା ପକ୍ଷୀଟିଏ ହୋଇ

ଯେବେ ପୁଣି ଉଡ଼ିଆସ ।

ସପନ ରାଇଜେ ସପନ ବସାରେ

ସପନର ନୀଡ଼ ରଚ ।।

ତୁମେ ମୋ ସପନ ,ତୁମେ ମୋ ସ୍ପନ୍ଦନ

ତୁମେ ମୋର ଶିହରଣ ।

ତୁମେ ମୋ ଜୀବନ, ତୁମେ ମୋର ପ୍ରାଣ

ତୁମେ ସପନ ବନ୍ଧନ ।।

ତୁମେ ମଧୁସ୍ମିତା ,ତୁମେ ପ୍ରୀତିନନ୍ଦା

ତୁମେ ମୋ ସ୍ୱପ୍ନାତୀତ।

ତୁମେ ମରୀଚିକା ,ତୁମେ ମଧୁସିକ୍ତା

ତୁମେ ମୋ ସପନ ମିତ ।।

ସପନ ରାଇଜ ପରୀଟିଏ ତୁମେ

ଉଡ଼ିଗଲ କେଉଁ ଦିଗେ ?

ସପନ ଗଗନେ ଅନାଇରହିଛି

ତୁମରି ପ୍ରତୀକ୍ଷା ମାର୍ଗେ ।।


ଦେବବ୍ରତ ଜେନା

ଶିକ୍ଷକ,ରଣସିଂହପୁର ଆଶ୍ରମ

ଭୋଗରାଇ, ବାଲେଶ୍ଵର

9583138533


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍